ଭଡ଼ାରେ ଆସିବ ବେସରକାରୀ ଗାଡି ଚଢିବେ ସରକାରୀ ଅଧିକାରୀ

0

ଭୁବନେଶ୍ୱେର : ଏଣିକି ସରକାରୀ ଅଧିକାରୀ ଚଢିବେ ବେସରକାରୀ ଗାଡି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । କେଉଁ ଅଧିକାରୀ କେଉଁ ନିର୍ଦ୍ଦିଷ୍ଟ ଗାଡି ବ୍ୟବହାର କରିବେ ଏ ନେଇ ପ୍ରସ୍ତୁତ ହୋଇଛି ତାଲିକା । ସ୍ଥିର ହୋଇଛି ଗାଡିର ମାସିକ ଭଡା।କେଉଁ ସରକାରି ବାବୁ କେତେ ଦୂର ଗସ୍ତ କରିବେ ନିର୍ଧାରଣ ହୋଇଛି ସୀମା।ବିଭାଗୀୟ ମୁଖ୍ୟ ବା ସମାନ ପଦବୀ ଧାରୀ ମାସିକ 25 ସହ କିଲୋମିଟର ଗସ୍ତ କରିପାରିବେ। ବିଭାଗର ଅନ୍ୟ ପଦାଧିକାରୀ ମାସିକ 2 ହଜାର କିଲୋମିଟର ଗସ୍ତ କରିପାରିବେ।ବିଭାଗର ଅନୁମତିରେ ଗସ୍ତ 20 ପ୍ରତିଶତ ଅଧିକ ହୋଇପାରେ।ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।