କାର୍ତ୍ତିକ ପୂର୍ଣ୍ଣିମା ପାଳନ ପାଇଁ ଚଳଚଞ୍ଚଳ ବଲାଙ୍ଗୀର ସହର

0

(ବଲାଙ୍ଗୀର /ମଧୂସୁଦନ ବହିଦାର ) : ଆଜି ପବିତ୍ର କାର୍ତ୍ତିକପୂର୍ଣ୍ଣିମା ଓ ଆମ ରାଜ୍ୟ ର ଅନେକ ସ୍ଥାନରେ ବୋଇତ ବନ୍ଧାଣ ପର୍ବ ବୋଲି ମଧ୍ୟ କହିଥାନ୍ତି। ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାକୁ ସବୁଠାରୁ ପବିତ୍ର ବୋଲି ଧରାଯାଏ। ପୁରାଣ ଅନୁସାରେ ଏହି ଦିନରେ ମହାଦେବ ତ୍ରିପୁରାସୁର କୁ ବଧ କରିଥିଲେ। ଏବଂ ଏହି ଦିନରେ ନଦୀ କିମ୍ବା ପୁଷ୍କରିଣୀରେ ସ୍ନାନ କରି ଦୀପ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ସମାନ ଭାବରେ ବଲାଙ୍ଗୀର ରେ ମଧ୍ୟ କାର୍ତିକପୂର୍ଣ୍ଣିମା ବହୁ ଧୁମ ଧାମରେ ପାଳନ କରାଯାଇଛି। ଗତ ଗୋଟିଏ ସପ୍ତାହ ହେବ ସହରର ବିଭିନ୍ନ ସ୍ଥାନ ମାନଙ୍କରେ କାର୍ତିକ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ତଥା ପ୍ରହରୀ ନାମଯଜ୍ଞ ଭଳି ଅନେକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ମାସ ତମାମ ହବିସିଆଳି ମାନେ ହବିଷ ଅନ୍ନ ଖାଇ ଆଉ ସବୁ ଅନେକ ପୂଜାପଧ୍ୟତି ପାଳନ କରିଥାନ୍ତି ଏବଂ ପୂର୍ଣ୍ଣିମା ରେ ସକାଳୁ ପୁଷ୍କରିଣୀରେ ଡଙ୍ଗା ଭଷାଣି କରିବା ସଙ୍ଗେ ମନ୍ଦିର ଭ୍ରମଣରେ ବାହାରିଥାନ୍ତି।