କଟକ /ଚନ୍ଦ୍ରଶେଖର ପତି: ଓଡ଼ିଶା ର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ରେକୀ ମିଶନ ରେ ଶ୍ରୀଗଣେଶ ଙ୍କ ଆବାହନ ସହ ପୂଜ୍ୟ ବିଜ୍ଞାନୀ ଗୁରୁ ତଥା ରେକୀ ମିଶନ ର ପ୍ରତିଷ୍ଠାତା ଶ୍ରିସନ୍ଥଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ଶ୍ରୀ ଗଣେଶ ଙ୍କ ପୂଜା ଓ ପୂଜ୍ୟ ପରମ୍ପରାର ଦେଖିବାକୁ ମିଳିଥିଲା । ସକାଳେ ୧୦୮ ହନୁମାନ ଚାଳିଶା ରୁ ଆରମ୍ଭ ହୋଇ ପରେ ପରେ ୧୦୦୮ ଶ୍ରୀଗଣେଶ ଶାଳଗ୍ରାମଙ୍କ ପୂଜା ଓ ଲକ୍ଷ୍ମୀ, ଗଣେଶ, ସରସ୍ଵତୀ ଙ୍କ ପ୍ରତିଷ୍ଠିତ ମୂର୍ତ୍ତୀ ଙ୍କ ପୂଜା ଓ ଶ୍ରୀଗଣେଶ ଙ୍କ ଆବାହନ କରାଯାଇଥିଲା, ପରେ ପରେ ସନ୍ଧ୍ୟାରେ ପୂଜ୍ୟଗୁରୁ ତଥା ରେକୀ ମିଶନ ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଶ୍ରିସନ୍ଥ ଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣ ରୁ ପାଖା ପକ୍ଷୀ ସାତ ରୁ ଆଠ ହଜାର ଲୋକ ଗୁରୁଜୀଙ୍କୁ ଦର୍ଶନ କରିଥିଲେ । ଏତେ ଛୋଟ ଜାଗା ହୋଇଥିବା ଯୋଗୁ ଲାଇନ୍ ରେ ଜାଇ ଦର୍ଶନ କରିବା, ଖାଇବା, ପିଇବା ଠୁଁ ନେଇ ସବୁ କିଛି ଭକ୍ତ ମାନେ ବହୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟ କରାଯାଇଥିଲା । ନିମନ୍ତ୍ରଣଠୁ ନେଇ କଜ୍ୟକ୍ରମା ଶେଷ ପଯ୍ୟନ୍ତ ସବୁଥିରେ ପରମ୍ପରା କୁ ଅଗ୍ରାଧିକାର ଦିଆଯାଇଥିଲା । ଏହି କାଯ୍ୟକ୍ରମରେ ଖାଦ୍ୟ ପରଷିବା ପାଇଁ ସ୍ବତନ୍ତ୍ର ଭାବେ ସୁଦୁରରୁ ୧୦୦୦୦ (ଦଶହଜାର) ପଦ୍ମପତ୍ର ର ବ୍ୟବସ୍ଥା କରାଯାଇଥିଲା । ପୁରୁଣା ବୋତଲ, ଅନ୍ୟାନ୍ୟ ପୁରୁଣା ସାମଗ୍ରୀରେ ଆଶ୍ରମକୁ ସ୍ବତନ୍ତ୍ର ଭାବେ ସଜା ଯାଇଥିଲା । ଆଶ୍ରମ ର ଗୋଟିଏ ପଟେ ଗୁରୁଜୀ ଙ୍କ ଦର୍ଶନ ଓ ଅନ୍ୟପଟେ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ରେକି ମିଶନ ଗୁରୁସେନା ର ପ୍ରଣୟ କିଶୋର ବରାଳ (ବାପି), ଆଲୋକ ମହାନ୍ତି, ଆଶିଷ ଠାକୁର, ବିଶ୍ୱଜିତ୍ ବେଉରା ଏହି କାର୍ୟ୍ୟକ୍ରମ ର ସମସ୍ତ ଦାୟିତ୍ଵ ନ୍ୟେସ୍ତ ଥିବାବେଳେ, ବାହାରୁ ଆସିଥିବା ସମସ୍ତ ସାଧୁ – ସନ୍ଥ ଓ ଅତିଥି ଅଭ୍ୟାଗତ ଙ୍କ ଦାଇତ୍ୱ ରେକୀ ମିଶନ ସକ୍ତିଶେନା ର ସୌଭାଗ୍ୟ ମଞ୍ଜରୀ ସାମଲ, ରିନା ସରାଫ, ସ୍ବପ୍ନା ପ୍ରଧାନ ଓ ସଂଯୁକ୍ତା ସାହୁ ଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା । ସମସ୍ତ ଅତିଥି ଓ ସାଧୁସନ୍ଥ ଙ୍କ ପାଦ ଧୋଇବା ଠୁ ଆସନରେ ବସେଇବା ପଯ୍ୟନ୍ତ ସମସ୍ତ ଦାୟିତ୍ବ ରେକୀ ମିଶନ ର ଶିଶୁ ସେନଙ୍କୁ ଦାୟିତ୍ଵ ଦିଆ ଯାଇଥିଲା ବେଳେ, ପ୍ରଚାର, ପ୍ରସାର, ମିଡ଼ିଆ ଓ ଲୋକ ସମ୍ପର୍କ ଦାୟିତ୍ଵ ସାମ୍ବାଦିକ ତଥା ମିଶନର ଗୁରୁଶେନା ଭାରତ ଭୂଷଣ ରାୟ ଓ ବିନୋଦ ସ୍ୱାଇଁ ଙ୍କୁ ଦିଆଯାଇଥିଲା