ଯାଜପୁର: ଠାକୁରଙ୍କୁ ବି ଛାଡିଲାନି ଚୋର । ଦୁର୍ଗାମଣ୍ଡପରୁ ମା’ଙ୍କର ଅଳଙ୍କାରକୁ ଚୋରି କଲେ ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ବରୁଣ୍ଡେଇ ସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପ ରେ । ମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ଛାନ୍ଭିନ୍ ଜାରି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ରୂପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମାଙ୍କ ଗହଣା ସମେତ ପାର୍ଶ୍ୱ ଦେବାଦେବୀଙ୍କ ଗହଣା ମଧ୍ୟ ଚୋରି ହୋଇଛି । ତେବେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।ତେବେ ମଣ୍ଡପରୁ ଏତେ ବଡ଼ଧରଣର ଲୁଟ୍ ପରେ ପୂଜା କମିଟି ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଛି । କୋରେଇ ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍ଭିନ୍ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଲୁଟେରା ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।