ନବଜାତ ଶିଶୁ ର ଯତ୍ନ ସପ୍ତାହ ଉଦଯାପିତ

0

(ଓମ୍ ପ୍ରକାଶ ମିଶ୍ର ):ସୁବର୍ଣ୍ଣପୁର ଜିଲ୍ଲା ରେ ୧୫ ତାରିଖ ରୁ ୨୧ ତାରିଖ ପର୍ୟ୍ୟନ୍ତ ଚାଲିଥିବା ନବଜାତ ଶିଶୁ ର ଯତ୍ନ ସପ୍ତାହ ପାଳନ ଉଦଯାପିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଚେତନତା ରାଲି କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମୁଖ୍ୟ ଅଧିକାରୀ ଡାକ୍ତର ବିଜୟ ଲକ୍ଷ୍ମୀ ଗୁରୁ ସମ୍ମାନିତ ଅତିଥି ପ୍ରକଳ୍ପ ନିଦ୍ଦେଶକ ସୁଯ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କର୍ମଚାରି ଓ ସ୍ୱାସ୍ଥ୍ୟ ସେବିକା ମାନେ ପ୍ଳାଏକାଡ଼ ,ବ୍ୟାନର ଏବଂ ବେଣ୍ଡବାଜା ସହ ଏହି ସଚେତନତା ରାଲି ରେ ସହର ପରିକ୍ରମା କରିଥିଲେ। ପରବତ୍ତି ପଯ୍ୟାୟରେ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ସେହି ସଭାରେ କମ ଓଜନର ଏବଂ ଠିକ ସମୟରେ ଜନ୍ମିତ ଶିଶୁର ଜତ୍ନ ନେବାର ବିଷୟରେ ସେଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ସେବୀକା ଓ ମହିଳା ମାନଙ୍କୁ ବୁଝାଇ ଥିଲେ। ସେହି ସଭାରେ ଏଡିଏମ ଓ ଡ଼ାକ୍ତର ପ୍ରଦିପ ଗୁରୁ,ଡି ପି ଏମ ମୈ।ସୁମୀ ମିଶ୍ର, ଡ଼ାକ୍ତର ଭି ବସନ୍ତ ଭଟ୍ଟ ,ଡ଼ାକ୍ତର ବଟକୃଷ୍ଣ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଜନସ୍ୱାସ୍ଥ ଅଧିକାରୀ ପ୍ରଦୁମ୍ନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।