ଭୁବନେଶ୍ୱର: ୨୦୨୪ ମସିହାରେ ୨୧୬୦ ଗୋଟି ମାଦକଦ୍ରବ୍ୟ ମାମଲା ରୁଜୁ କରାଯାଇ ୨୨୭୬ ଜଣଙ୍କୁ ଗିରଫ କରାଯାଇଛି । ୧୦ କିଗ୍ରା ୦୦୨ ଗ୍ରାମ ୬୦୨ ମିଲିଗ୍ରାମ ବ୍ରାଉନ ସୁଗାର ଓ ୧୪୫୨ କୁଇଣ୍ଟାଲ ୭୬ କିଗ୍ରା ୯୧୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଚଳିତ ଆର୍ଥିକ ବର୍ଷ ୨୦୨୪ – ୨୦୨୫ ମସିହାରେ ନୂତନ ସରକାର ଗଠନ ହେବା ପରଠାରୁ ଅଦ୍ୟାବଧି ୨୪,୭୯୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ୫୯୧ ଗୋଟି ମାମଲା ରୁଜୁ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟରେ ଗଞ୍ଜେଇ ଚାଷକୁ ଧ୍ବଂସ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ଏହାର ସଫଳତା ଦେଶରେ ସର୍ବକାଳୀନ ରେକର୍ଡ ବୋଲି ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।