ଯୋଡ଼ା ପୋଲିସକୁ ସଫଳତା: ୫ଟି ବାଇକ୍ ସହ ୬ଗିରଫ

0

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଯୋଡ଼ା ପୋଲିସକୁ ସଫଳତା । ଏକ ବାଇକ୍ ଲୁଟେରା ଗ୍ୟାଙ୍ଗ୍ ର ୬ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ଟି ଚୋରୀ ବାଇକ୍ ଉଦ୍ଧାର କରିଛି ଯୋଡ଼ା ପୋଲିସ୍ ।

ଗିରଫ ୬ ଜଣ ହେଲେ, ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହଟିଂର ସୌରଭ ମହାକୁଡ଼, ସନ୍ତୋଷ ମହାନ୍ତ, ରୁଗୁଡ଼ି ଥାନା କ୍ୟାମ୍ପ ହଟିଂର ବୀର ସିଂ ମୁଣ୍ଡା, ଭୂୟାଁ ରୋଇଡ଼ା ଅଞ୍ଚଳର ଗୋବିନ୍ଦ ମୁଣ୍ଡା, ଚମ୍ପୁଆ ଥାନା ରାଇଗୁଡ଼ି ଅଞ୍ଚଳର ପୁରୁଷୋତ୍ତମ ମହାନ୍ତ ଓ କରଞ୍ଜିଆ ଅଞ୍ଚଳର ଲକ୍ଷ୍ମଣ ଜିତ୍ ।

ମାଷ୍ଟର ମାଇଣ୍ଡ ସୌରଭ, ନିଜ ସହଯୋଗୀଙ୍କ ସହ ଯୋଡା ସହର ସମେତ ବିଭିନ୍ନ ଅଞ୍ଚଳରୁ ବାଇକ୍ ଗୁଡ଼ିକୁ ଚୋରୀ କରି ଜିଲ୍ଲା ତଥା ରାଜ୍ୟ ବାହାରେ ନକଲି ନଂ ପ୍ଲେଟ ଲଗାଇ କମ୍ ମୂଲ୍ୟରେ ବିକ୍ରି କରୁଥିଲା ବୋଲି ଯୋଡ଼ା ପୋଲିସ୍ ସୂଚନା ଦେଇଛି ।