ନୂଆଦିଲ୍ଲୀ-: ଏବେ ପ୍ରତି ଶନିବାର ଖୋଲା ରହିବ ରେଜିଷ୍ଟ୍ରି ଅଫିସ୍ । ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ । ଏଭଳି ଏକ ବଡ଼ ପରିବର୍ତ୍ତନ ନିୟମ ଆଣିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ଅନୁମୋଦନରେ ସୁପ୍ରିମକୋର୍ଟ ନିଜେ ଏହି ପରିବର୍ତ୍ତନ କରିଛି । ନୂତନ ବିଜ୍ଞପ୍ତି ଅନୁଯାୟୀ, ସୁପ୍ରିମକୋର୍ଟର କାର୍ଯ୍ୟାଳୟଗୁଡ଼ିକ ଏବେ ନିର୍ଦ୍ଧାରିତ ଛୁଟିଦିନଗୁଡ଼ିକୁ ବାଦ ଦେଇ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୧୦ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ସୁପ୍ରିମକୋର୍ଟର ରେଜିଷ୍ଟ୍ରି ଏବଂ କାର୍ଯ୍ୟାଳୟ ଶନିବାର ଦିନ ମଧ୍ୟ ଖୋଲା ରହିବ ।
ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁଯାୟୀ, ସମ୍ବିଧାନର ଧାରା ୧୪୫ ଅନୁଯାୟୀ, ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଅନୁମୋଦନରେ ସୁପ୍ରିମକୋର୍ଟ ନିୟମ ୨୦୧୩ ମସିହାର ଅର୍ଡର ୨ର ନିୟମ ୧, ୨ ଏବଂ ୩ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ପରେ, ସୁପ୍ରିମକୋର୍ଟର ରେଜିଷ୍ଟ୍ରି ଏବଂ କାର୍ଯ୍ୟାଳୟଗୁଡ଼ିକ ଏବେ ପ୍ରତି ଶନିବାର ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ପରିବର୍ତ୍ତନ ଆସନ୍ତା ମାସରୁ ଦେଖାଯିବ ଅର୍ଥାତ୍ ନିୟମଗୁଡ଼ିକ ୧୪ ଜୁଲାଇ, ୨୦୨୫ରୁ କାର୍ଯ୍ୟକାରୀ ହେବ ।