(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଚାରିଆଡ଼େ ହୋଲିର ମାହୋଲ । ସାଙ୍ଗ ସାଥୀ , ପରିବାର ପରିଜନଙ୍କ ମେଳରେ ସମସ୍ତେ ରଙ୍ଗିନ ହେବାରେ ବ୍ୟସ୍ତ । ବିଭିନ୍ନ ସ୍ଥାନରେ ହୋଲିକୁ ନେଇ ଭିନ୍ନ ପରମ୍ପରା ରହିଛି । କେଉଁଠି ଚିତାଭସ୍ମରେ ହୋଲି ଖେଳାଯାଉଛି ତ ଅନ୍ୟ କେଉଁଠି ଲାଠି ମାଡ଼ କରି ହୋଲି ପାଳନ କରା ଯାଇଥାଏ । ସେହପରି ଏକ ନିଆରା ଢଙ୍ଗରେ ହୋଲି ପାଳିଛନ୍ତୀ ଅହମ୍ମଦାବାଦର ଲୋକେ । ହୋଲିର ରଙ୍ଗରେ ରଙ୍ଗାୟିତ ହେଲେ ଆବାଳ ବୃଦ୍ଧବନିତା । ହେଲେ ଏଠାରେ ରଙ୍ଗ ନୁହେଁ, ଟମାଟୋରେ ଖେଳାଯାଉଛି ହୋଲି । ସ୍ପେନ୍ର ଲାଲ ଟମାଟିନୋ ଫେଷ୍ଟିଭାଲ୍ର ଭ୍ରମ ସୃଷ୍ଟି କରିଛି ଅହମ୍ମଦାବାଦ ଯ଼ୁବପିଢ଼ିଙ୍କ ଟମାଟୋ ହୋଲି ଖେଳ। ପରସ୍ପର ଉପରକୁ ଟମାଟୋ ଫିଙ୍ଗି ହୋଲିର ନିଆରା ମଜା ନେଉଛନ୍ତି ଯ଼ୁବପିଢ଼ି। ହୋଲିରେ ରଙ୍ଗକୁ ଯ଼ୁବପିଢ଼ି ବେଶି ପସନ୍ଦ କରୁଥିବା ବେଳେ ଏଥର କିନ୍ତୁ ଟମାଟୋରେ ହୋଲି ଖେଳି ହର୍ବାଲ ହୋଲିର ବାର୍ତ୍ତା ଦେଇଛନ୍ତି। ଡିଜେର ତାଳେ ତାଳେ ଯ଼ୁବପିଢ଼ି ଖେଳିଛନ୍ତି ହୋଲି ।