ପିସିସି ସଭାପତି ପଦକୁ ନେଇ ଭାଲୁ ଭାଇନା କଣ କହୁଛନ୍ତି…

0

ଭୁବନେଶ୍ୱର: ଦୀର୍ଘ ସମୟରୁ ପିସିସି ସଭାପତି ପଦ ପାଇଁ ବିଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ହୋଇ ଆସୁଛି । ଏବେ ଏହି ପଦ ଦୌଡରେ ଜୟପୁର ବିଧାୟକ ତାରା ବାହିନୀ ପତି ବା ଭାଲୁ ଭାଇନାଙ୍କ ନାମକୁ ନେଇ ଚର୍ଚ୍ଛା ଜୋର ଧରିଛି । ଏନେଇ ନୂଆଖାଇଁ ଅବସରରେ ବିଧାୟକଙ୍କ ଘରେ ଏକ ମାଂସ ଭୋଜ ଆୟୋଜନ ହୋଇଯାଇଛି ି । କଂଗ୍ରେସ ନେତା ବାପି ସର୍ଖେଲ, ମାନସ ଚୌଧରି, ସତ୍ୟ ପ୍ରକାଶ ନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରମୁଖ ଭୋଜିରେ ଉପସ୍ଥିତ ରହି ସଭାପତି ପରିବର୍ତ୍ତନ ନେଇ ଆଲୋଚନା କରିଛନ୍ତି । ପୂର୍ବରୁ ଏ ପଦକୁ ନେଇ ଅନିଚ୍ଛା ପ୍ରକାଶ କରୁଥିବା ଭାଲୁ ଭାଇନାଙ୍କ ମନରେ ମଧ୍ୟ ଦେଖା ଦେଇଛି ଆଶା । ସେ କହିଛନ୍ତି ତାଙ୍କର ପିସିସି ସଭାପତି ହେବାକୁ ଆଶା ଅଛି କିନ୍ତୁ ଆକାଂକ୍ଷା ନାହିଁ । ଯଦି ଏହି ଦାୟିତ୍ୱ ମିଳେ ସେ ସଫଳତାର ସହ ଅନ୍ୟ ସବୁ ଦାୟିତ୍ୱ ତୁଲାଇ ଏକ ନମ୍ବର ହେବା ପରି ଏଥିରେ ମଧ୍ୟ ଏକ ନମ୍ବର ହେବେ । ଏମିତିକି ତାଙ୍କ ନେତୃତ୍ୱରେ କଂଗ୍ରେସର ୯ ବଦଳରେ ୯୦ ବିଧାୟକ ନିର୍ବାଚନ ଜିତିବେ । ଅବଶ୍ୟ ଭାଇନାଙ୍କ ସାଂଗଠନିକକ ଦକ୍ଷତା ବେଶ ସୁଦୃଢ । ତଥା ସେ ମଧ୍ୟ ବେଶ ଖୋଲାମେଲା ଲୋକ । ନିଜ ଦଳ ହେଉ ଅବା ବିରୋଧୀ, ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ଭଲ । ଏବେ ଦେଖିବାର ରହିଲା ପଦ ମିଳିଛୁ କି ନାହିଁ? ମିଳିଲେ ଦଳ ତାଙ୍କ ସହ ସହଯୋଗ କରୁଛି କି ନାହିଁ ।