ରିପୋର୍ଟର୍ସ ଟୁଡେ ବ୍ୟୁରୋ; ବଦଳିବ ଟେଷ୍ଟମ୍ୟାଚର ରୂପରେଖ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପଅନସିପ୍ ବା ଡବ୍ଳ୍ୟୁଟିସି ଚକ୍ରରେ ଖେଳୁଥିବା ଛୋଟ ଦେଶଗୁଡିକ ପାଇଁ ୪ଦିନିଆ ଟେଷ୍ଟ ମ୍ୟାଚ୍ ଅନୁମୋଦନ କରିବାକୁ ପ୍ରସ୍ତୁତ ହେଉଛି । ଏହି ପରିବର୍ତ୍ତନ ଦ୍ୱାରା ଛୋଟ କ୍ରିକେଟ ରାଷ୍ଟ୍ର ଗୁଡିକ ଅଧିକ ଟେଷ୍ଟ ଓ ଦୀର୍ଘ ସିରିଜ ଖେଳିପାରିବେ । ତେବେ ଭାରତ .ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରମ୍ପରାଗତ ୫ଦିନିଆ ଟେଷ୍ଟ ମ୍ୟାଚ୍ ଖେଳିବେ । ସେହିପରି ୪ଦିନିଆ ଟେଷ୍ଟରେ ପ୍ରତିଦିନ ଅତିକମରେ ୯୮ ଓଭର ଖେଳାଯିବ । ଯାହା ସମୟ ହ୍ରାସକୁ ପୂରଣ କରିବ । ଏହା ଛୋଟ ଦେଶଗୁଡ଼ିକ ପାଇଁ ଖର୍ଚ୍ଚ ଓ ସମୟ ସମସ୍ୟା ହ୍ରାସ କରିବ ।ଆଇସିସିର ଏହି ନିଷ୍ପତ୍ତି ଟେଷ୍ଟ କ୍ରିକେଟକୁ ଅଧିକ ଆକର୍ଷଣୀୟ ଓ ସମାନ୍ତରାଳ କରିବ ବୋଲି ଆଶା କରାଯାଉଛି । ଆଇସିସି ପ୍ରଥମେ ୨୦୧୭ ମସିହାରେ ଦ୍ୱିପାକ୍ଷିକ ମ୍ୟାଚ୍ ପାଇଁ ୪-ଦିନିଆ ଟେଷ୍ଟକୁ ଅନୁମୋଦନ କରିଥିଲା । ୨୦୧୯ ଏବଂ ୨୦୨୩ ରେ ଆୟରଲ୍ୟାଣ୍ଡ ବିପକ୍ଷରେ ଚାରି ଦିନିଆ ଟେଷ୍ଟ ଖେଳିବା ପରେ ଇଂଲଣ୍ଡ ଗତ ମାସରେ ଟ୍ରେଣ୍ଟ ବ୍ରିଜରେ ଜିମ୍ବାୱେ ବିପକ୍ଷରେ ଏକ ଚାରି ଦିନିଆ ଟେଷ୍ଟ ମଧ୍ୟ ଖେଳିଥିଲା । ଯେପରିକି ଆଶେଷ, ବର୍ଡର-ଗାଭାସ୍କର ଟ୍ରଫି ଓ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି । ଗତ ସପ୍ତାହରେ ଲର୍ଡ୍ସରେ ଡବ୍ଲ୍ୟୁଟିସି ଫାଇନାଲ ସମୟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ୪ ଦିନିଆ ଟେଷ୍ଟ ପାଇଁ ସମର୍ଥନ ବ୍ୟକ୍ତ କରିଥିଲେ ।