ମହାପ୍ରଭୁଙ୍କ ଦିବା ପହୁଡ ନୀତି ପାଇଁ ଆଜି ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି

0

ପୁରୀ : ଆଜି ବନ୍ଦ ରହିବ ରତ୍ନ ଭଣ୍ଡାର  ମରାମତି କାମ ।  ମହାପ୍ରଭୁଙ୍କ  ଦିବା ପହୁଡ ନୀତି ପାଇଁ  ମରାମତି କାମ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି  ଏଏସଆଇ ଅଧୀକ୍ଷକ  ଡିବି ଗଡନାୟକ । ମରାମତି ପାଇଁ  ପ୍ରାୟ ୨୦ ଫୁଟ ଉଚ୍ଚର  ଲୁହାର ଭାର ବନ୍ଧାଯାଇଛି ।   ଭାର ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ । ଏହି ଫାଟ ମରାମତି କରିବେ ଏଏସଆଇ ଦ୍ୱାରା ନିଯୁକ୍ତ କୁଶଳୀ କାରିଗର । ପ୍ରାଥମିକ ଭାବେ ଚୂନ ପ୍ଲାଷ୍ଟର ହଟାଇ ଫାଟ ଥିବା ପଥର ରିପ୍ଲେସ ହେବ। ଏହାପରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥରରେ ମରାମତି କରାଯିବ ।ସେଇଭଳି ଷ୍ଟୋନ ବିମ୍ ରେ ଲାଗିଛି ଜଙ୍କ ବା କଳଙ୍କି । ଏହି ଷ୍ଟୋନ ବିମ ବା ରଟ ଆଇରନ କୁ ମଧ୍ୟ ପ୍ରତି ସ୍ଥାପନ କରିବ ଏ ଏସ ଆଇ ।