ଧାନ ସଂଗ୍ରହ କୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର

0

ଭୁବନେଶ୍ୱର:   ଧାନ ସଂଗ୍ରହ କୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ । ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ । ପରବର୍ତୀ ସମୟ ରେ  ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଏହି ସମାବେଶରେ ଯୋଗ ଦେବେ ।  ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକୃତ କରିଛନ୍ତି ଧାନ ବିକ୍ରି ପାଇଁ ।

ବରଗଡ଼ ଜିଲ୍ଲାରୁ ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ୮ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବରଗଡ଼ର ସୋହେଲା ବଡ଼ ଚାଷୀ ସମାବେଶ କରାଯିବ । ୧ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ ଏକଜୁଟ ହେବେ । ୮ ତାରିଖରୁ ଇନପୁଟ ସବସିଡ଼ି ମିଳିବା କାର୍ଯ୍ୟକ୍ରମ ସେହି ସୋହେଲାରୁ ଆରମ୍ଭ ହେବ । ୪୮ ଘଣ୍ଟା ରେ ଚାଷୀ ଙ୍କ ଆକାଉଣ୍ଟ କୁ ଟଙ୍କା ଯିବ । ଚାଷୀ ମାନେ ଦ୍ଵନ୍ଦ ରେ ନ ରୁହନ୍ତୁ ଆମ ସ୍ପଷ୍ଟ କରି ଦେଇଛୁ ଯେଉଁମାନେ ୨୦ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବସିଡ଼ି ପାଇବେ । ଅଳ୍ପ ଦିନ ଚାଷୀ ମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।  କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟ କୁ ଯିବ ସେହି ଆକାଉଣ୍ଟ କୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ସେହି ଆକାଉଣ୍ଟ କୁ ଟଙ୍କା ଯିବ । ୧୫ ତାରିଖରୁ ପାର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକେନ ର ଅବଧି ଗୋଟେ ମାସ ରହିବ । ଜିଲ୍ଲାପାଳ ମାନଙ୍କୁ ପାୱାର ଦିଆ ଯାଇଛି ସେମାନେ ଆଉ ୭ ଦିନ ବଢ଼େଇ ପାରିବେ । କଟଣୀ ଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ । ସୀମାବର୍ତୀ ଜିଲ୍ଲା ଗୁଡିକରେ ଚେକିଂ କଡା କଡ଼ି କରାଯିବ । ସିସି ଟିଭି ଲଗାଯିବ ସହ ପେଟ୍ରୋଲିଂ କରାଯିବ । ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ି ଚେକିଂ କରାଯିବ ।

ପୂର୍ବରୁ ସେହି ସୋହେଲା ରେ ବିଜେଡି ସରକାର ୧୦୦ ଟଙ୍କା ବୋନସ୍ ଦେବା କୁ କହି ଦେଲେନାହିଁ । କିନ୍ତୁ ଆମ ସରକାର ୮୦୦ ଟଙ୍କା ଅଧିକ ଦେବାକୁ ଯାଉଛନ୍ତି । ଏହା ହେଉଛି ବିଜେଡି ଆଉ ବିଜେପି ସରକାର ମଧ୍ୟରେ ଫରକ । ଏହି ୮୦୦ ଟଙ୍କା ଦ୍ୱାରା ଚାଷୀ ପରିବାରର ଅର୍ଥନୀତି ବଢିବ । ଗୋଟେ ଏକର ପିଛା ହାରାହାରି ୧୦ ହଜାର ଟଙ୍କା ଅଧିକ ପାଇବେ ।