ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬.୮ ପ୍ରତିଶତକୁ ବୃଦ୍ଧି

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମୋଦି ସରକାର ୨ୟ ପାଳି କାର୍ୟ୍ୟକାଳ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନଟି ସରକାର ପାଇଁ ଅଶୁଭ ରହିଛି । ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ଅର୍ଥନୀତିକୁ ନେଇ ସମୀକ୍ଷା ହୋଇଥିଲା ଦେଶର ଜିଡିପି ଅଭିବୃଦ୍ଧି ହାର ୪ ବର୍ଷ ତଳକୁ ଖସି ଯାଇଛି ।
ଜାନୁୟାରୀରୁ ମାର୍ଚ୍ଚ ବର୍ଷର ପ୍ରଥମ ତ୍ରୈମାସିକ ରିପୋର୍ଟ ଅନୁଯାୟୀ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୪ ବର୍ଷରେ ସର୍ବନିମ୍ନ । କୃଷି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଏହା ହୋଇଛି ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି ।
ସେହିପରି ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬.୮ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ସହରାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୭.୮ ପ୍ରତିଶତ ଓ ଗ୍ରାମାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୫.୨ ପ୍ରତିଶତ ବେକାର ଅଛନ୍ତି । ସେହିପରି ପୁରୁଷଙ୍କ ବେକାରୀ ହାର ୬.୨ ପ୍ରତିଶତ ଓ ମହିଳାଙ୍କ ବେକାରୀ ହାର ୫.୭ ପ୍ରତିଶତ ରହିଛି ।