ଭୁବନେଶ୍ୱରରେ କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କ

0

ଭୁବନେଶ୍ୱର: ଯେତିକି ପାଖେଇ ଆସୁଛି ସାଧାରଣ ନିର୍ବାଚନ ସେତିକି ଓଡିଶା ମୁହାଁ ହେଉଛନ୍ତି ବିଜେପିର ବରିଷ୍ଠ ନେତା । ଏବେ ପ୍ରଚାର ମଇଦାନରେ ହେଭିୱେଟ୍ ନେତା ।ଭାରତୀୟ ଜନତା ପାର୍ଟିର କେନ୍ଦ୍ରିୟ ନେତୃ ବୃନ୍ଦ ଘନ ଘନ ଓଡିଶା ଗସ୍ତରେ ଅସୁଥିବା ଦେଖିବାକୁ ମିଳୁଛି । ନିକଟରେ ଅମିତ ଶାହ ସୋନପୁର , ଜେପି ନଡ୍ଡା ବ୍ରହ୍ମପୁର ଆସିଥିଲେ । ତେବେ ଆଜି କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓଡ଼ିଶା ଗସ୍ତରେ ଆସିଛନ୍ତି । ୨ ଦିନିଆ ଗସ୍ତରେ ଆସିଥିବା ଜୟଶଙ୍କର ଆସନ୍ତା କାଲି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀକରି ବୁଦ୍ଧିଜୀବୀଙ୍କୁ ସମ୍ବୋଧନ କରିବେ । ପରେ ଆସନ୍ତା ୫ ତାରିଖରେ କଟକରେ ହେବାକୁଥିବା ଦଳୀୟ କାର୍ୟ୍ୟ କ୍ରମରେ ଯୋଗଦେବେ । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୫ ତାରିଖ ପୁନପୁର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଭୁବନେଶ୍ୱର ଓ କଟକରେ ହେବାକୁଥିବା ଦଳୀୟ କାର୍ୟ୍ୟ କ୍ରମରେ ଯୋଗଦେବେ ।