ଧର୍ମଶାଳା / ବେଦପ୍ରକାଶ ନାୟକ : ସରକାରୀ ଅଧିକାରୀ ବାବୁଙ୍କର ଏବେ କଳା ଧନ ଉପରେ ନଜର । ମାସକିଆ ଦରମା ଟଙ୍କାରେ ଆଉ ପେଟ ପୁରୁନି। ଯାହା ଦରମା ସେତକ ଆକାଉ ଉଣ୍ଟରେ ପଡିରହି ରହିଲା । ଦୈନିକ ପିସି ଏବଂ ଉପରି ଟଙ୍କାରେ ମାଲେ ମାଲ ହେଉଥିଲେ ବାବୁ । କିନ୍ତୁ ଭିଜିଲାନ୍ସ ବିଭାଗର ଆଖି ସର୍ବଦା ତାହାକୁ ନଜର କରିଛି ବୋଲି ସେସବୁ ଭୁଲି ଯାଆନ୍ତି ଅଧିକାରୀ ମାନେ । ଚୋର ଘର ସବୁବେଳେ ଅନ୍ଧାର ନଥାଏ ନ୍ୟାୟରେ ଯାଜପୁର ଭିଜିଲାନ୍ସ କବ୍ଜାରେ ଆଜି ଜଣେ ଆର୍ଡି ବିଭାଗର ଜେ.ଇ. ଛନ୍ଦି ହୋଇଛନ୍ତି ।
ସୂଚନା ଥାଉକି, ଯାଜପୁର ଜିଲ୍ଲା ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର କୁଆଖୁଆ ସେକ୍ସନର କାର୍ଯ୍ୟରତ ଯନ୍ତ୍ରୀ ଭୀମସେନ ମହାରଣା ଗତ କାଲି ସକାଳ ସମୟରେ ଜଣେ ଠିକାଦାରଙ୍କ ନିକଟରୁ ଦୁଇ ଲକ୍ଷ ତିନି ହଜାର ଟଙ୍କା ଲାଞ୍ଚ ନେଇ ଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ଭିଜିଲାନ୍ସ ପକ୍ଷରୁ ଭୀମସେନଙ୍କ ଉପରେ କଡା ନଜର ରଖୁବା ସହ ଲାଞ୍ଚୁଆ ଯନ୍ତ୍ର ଙ୍କ ଗତିବିଧି ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖୁଥୁଲେ ଭିଜିଲାନ୍ସ ଟିମ। ଅଭିଯୁକ୍ତ ଯନ୍ତ୍ରୀ ଭୀମସେନ ମହାରଣା ୧୬ନମ୍ବର ରାଜପଥ ଦେଇ ନିଜ କାର ଯୋଗେ ନିଜ ଘର ଖୋର୍ଦ୍ଧା ବାଲିଅନ୍ତା ଥାନା ଅନ୍ତର୍ଗତ ବେଣ୍ଟପୁର ଶାସନ କୁ ଯାଉଥିବା ବେଳେ ଟାଙ୍ଗି ଟୋଲ ଗେଟ ନିକଟରେ ଯାଜପୁର ଭିଜିଲାନ୍ସ ର ଟିମ ତାଙ୍କୁ ଅଟକାଇ ଥିଲେ।ଗାଡି ଯାଞ୍ଚ ସମୟରେ ଗାଡିରୁ ମୋଟ ଦୁଇ ଲକ୍ଷ ତିନି ହଜାର ନଅ ଶହ ଚାଳିଶି ଟଙ୍କା ଜବତ କରାଯିବା ସହ କାର କୁ ମଧ୍ୟ ଜବତ କରାଯାଇଥିଲା। କୁଆଖୁଆ ସ୍ଥିତ ସରକାରୀ କ୍ୱାଟର, ନିଜ ବାସ ସଭବନରେ ଭିଜିଲାନ୍ସର ଟିମ ଛାନ୍ ଭିନ କରିଥିବା ବେଳେ ସଠିକ ପ୍ରମାଣ ନଦେଖେଇ ଥିବାବାରୁ ଅଭିଯୁକ୍ତ ଯନ୍ତ୍ରୀ ଭୀମସେନ ଙ୍କ ବିରୁଦ୍ଧରେ ୟୁ ଏସ (୧୩)୨, ଆର/ଡବ୍ଲୁ ୧୩(୧)(ଏ) ପିସି ଆକ୍ଟ ୧୯୮୮ ଏବଂ ଆମଣ୍ଡମେଣ୍ଟ ଆକ୍ଟ ୨୦୧୮ ଲଗାଇ ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜି ତାଙ୍କ ବାସଭବନ ରେ ରେଡ ଜାରୀ ରହିଛି।