ବିରାଟ ହ୍ୱିଲ ସାର୍କର ମୃତଦେହ ଉଦ୍ଧାର

0

ପ୍ରଶାନ୍ତ କୁମାର ସ୍ଵାଇଁ/ ପାରାଦୀପ: ଜଗତସିଂହପୁର ଏରସମା ରାମତରା ନିକଟରୁ ଆଜି ଲୋକଙ୍କ ନାହିଁ ନଥିବା ଭିଡ । ରାମତରା ନିକଟରେ ଏକ ହ୍ୱିଲ୍ ଶାର୍କର ମୃତଦେହ ଉଦ୍ଧାର ପରେ ଲୋକଙ୍କ ସୁଅ ଛୁଟିଥିଲା ସେଠାକୁ । ସମୁଦ୍ର ବେଳାଭୂମିରୁ ହିଲ୍ ଶାର୍କ ମାଛର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ଉଦ୍ଧାର ମୃତ ଶାର୍କ ମାଛର ଲମ୍ବ ପ୍ରାୟ ୨୦ ଫୁଟ ହୋଇଥିବା ବେଳେ ଓସାର ୫ ଫୁଟ । ତେବେ କିପରି ସାର୍କର ମୃତ୍ୟୁ ହେଲା ତାହା ଜଣାପଡି ନ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ବନ ବିଭାଗ ନିଜ ହେପଜାତରେ ମୃତ ମାଛକୁ ରଖିଛି । ତେବେ ସାର୍କ ମାଛ ମରିବା ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ପାରାଦୀପ ଓ ଏରସମା ସମୁଦ୍ର ପଠାରେ ସାମୁଦ୍ରିକ ମାଛର ମୃତ ଦେହ ଦେଖିବାକୁ ମିଳିଥିଲା । କିଛି ପରିବେଶବିତଙ୍କ ମତରେ ସମୁଦ୍ର ପାଣି ଦୂଷିତ ଓ ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ଜଳଚର ପ୍ରାଣୀଙ୍କ ମୃତ୍ୟୁ ଘଟୁଛି ।