ରାଜ୍ୟରେ ପ୍ରତ୍ୟକ ମହିଳାଙ୍କୁ ସୁରକ୍ଷା ଦେବାକୁ ଯୋଗୀଙ୍କ ଗ୍ୟାରେଣ୍ଟି

0

ମହିଳାଙ୍କ ପ୍ରତି ଅଭଦ୍ରୋଚିତ ମାମଲାରେ ୟୁପି ମୁଖ୍ୟମନ୍ତ୍ରୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଘଟଣାରେ ଯୋଗୀ ଆଦିତ୍ୟନାଥ ଡିସିପି, ଏଡିସିପି ଓ ଏସପିଙ୍କୁ ବଦଳି କରିଦେଇଛନ୍ତି । ଏଥିସହ ସମ୍ପୃକ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ତେବେ ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଧରିବାକୁ ଜାଲ ବିଛାଇଛି ।
ସୂଚନା ମୁତାବକ ୟୁପିର ରାଜଧାନୀ ଲକ୍ଷେ୍ନø ଅଧୀନ ଗୌମତି ନଗର ଇଲାକାରେ ବୁଧବାର ଭାରି ବର୍ଷା ପାଇଁ ରାସ୍ତାରେ ପାଣି ଜମି ଯାଇଥିଲା । କିଛି ବଦମାସ ପାଣିରେ ମସ୍ତି କରୁଥିଲେ । ଏହି ସମୟରେ ଜଣେ ମହିଳା ବାଇକରେ ଯାଉଥିବା ବେଲେ ଏହି ବଦମାସମାନେ ରାସ୍ତା ଉପରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଗମ୍ଭୀରତା ସହ ନେବା ସହ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତିନି ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ସହ ଗୌମତି ନଗର ଥାନା ଇନିସ୍ପେକ୍ଟରଙ୍କ ସହ ଥାନାରେ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।
ଏଥିସହ ବିଧାନସଭାରେ ଯୋଗୀ ନିଜ ତୀକ୍ଷ୍ନ ପ୍ରତିକ୍ରିୟା ରଖିଛନ୍ତି । ମୁଁ ଏଠି ଚାକିରି କରିବାକୁ ଆସିନି । ସେହି ବଦମାସଙ୍କ ଗୋଟି ଗୋଟି ନାଁ ନେଇ ସେହି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ହେବ । ଅପରାଧୀଙ୍କ ପାଇଁ ବୁଲେଟ ଟ୍ରେନ ଗଡିବ ବୋଲି ଯୋଗୀ ଚେତାବନୀ ଦେଇଛନ୍ତି ।