ତିର୍ତୋଲ/ ଦିଲ୍ଲୀପ ସହୂ:ଇଟା ବୋଝେଇ ଟ୍ରାକ୍ଟର ଚକା ଚଢିଯିବାରୁ ଶ୍ରମିକର ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋରଡ ଗ୍ରାମରେ ଘଟିଛି ଦୁର୍ଘଟଣା। ମଣିଜଙ୍ଗା ଶକ୍ତି ଫ୍ରାଏଆକ୍ସ ରୁ ଇଟା ବୋଝେଇ ଟ୍ରାକ୍ଟର (ନମ୍ବର OR21B 8963)ଗୋରଡ ଗ୍ରାମରେ ଯାଉଥିବା ବେଳେ ଟ୍ରାକ୍ଟର ଉପରେ ଥିବା ଅଜୟ ନାମକ ଜଣେ ଶ୍ରମିକ ହଠାତ ତଳକୁ ଖସି ପଡିଥିଲା।ତଳକୁ ଖସିପଡିଥିବା ଶ୍ରମିକ ଅଜୟ ଉପରେ ଟ୍ରାକ୍ଟର ଚଢିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନେ ଟ୍ରାକ୍ଟର ସହ ଡ୍ରାଇଭରକୁ ଅଟକ ରଖିଥିଲେ।ଅଟକ ଡ୍ରାଇଭର ବିଷନ ନାଥ ଥାନାଗଡା ଗ୍ରାମର ବୋଲି ଜଣାପଡିଥିବା ବେଳେ ସେ ନିଶାସକ୍ତ ଅବସ୍ଥାରେ ଟ୍ରାକ୍ଟର ଚଳାଉଥିବାରୁ ଏପରି ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ମୃତ ଶ୍ରମିକଙ୍କ ଘର କେନ୍ଦୁଝର ଜିଲ୍ଲାରେ ସେ ମଣିଜଙ୍ଗାର ଅଜୟ କୁମାର ସାହୁଙ୍କ ଇଟାଭାଟିରେ ଦୀର୍ଘଦିନ ଧରି ରହି କାମକରୁଥିଲା ବୋଲି ଜଣାପଡିଛି।ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ପୋଲିସ ପହଞ୍ଚିନଥିବା ଜଣାପଡିଛି।