ଦିଲ୍ଲୀ ତିହାର ଜେଲରେ ପୁଣି ଏକ ଗ୍ୟାଙ୍ଗୱାର ଘଟଣା ; ଜଣେ ଗୁରୁତର

0

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ପୁଣି ଏକ ଗ୍ୟାଙ୍ଗୱାର ଘଟଣା । ଦୁଇ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି । ଆହତ କଏଦୀଙ୍କୁ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଦିଲ୍ଲୀ ପୋଲିସ ଟିମ୍ ମଧ୍ୟ ଡାକ୍ତରଖାନାରେ ପହଞ୍ଚି କଏଦୀଙ୍କୁ ପଚରାଉଚରା କରିଥିଲା । ଏହି ମାମଲାରେ ହରିନଗର ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକୃତ ହୋଇଛି। ଦିଲ୍ଲୀ ପୋଲିସ କହିଛି ଯେ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି।
ସୂଚନାନୁସାରେ, ତିହାର ଜେଲରେ ରହୁଥିବା ଗୋଗି ଗ୍ୟାଙ୍ଗର ସଦସ୍ୟ ହିତେଶ ଛଦ୍ମନାମ ହାପିଙ୍କୁ ବିରୋଧି ଗ୍ୟାଙ୍ଗର ଲୋକମାନେ ଘେରି ରହିଥିଲେ । ତାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ସାଂଘାତିକ ଆକ୍ରମଣ କରାଯାଇଥିଲା । ପରେ ସୁରକ୍ଷା କର୍ମୀ ମାନେ ଦୌଡ଼ିଯାଇ ହିତେଶଙ୍କ ଜୀବନ ରକ୍ଷା କରିଥିଲେ । ପରେ ହିତେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ ଜୁନ ୫ ତାରିଖ ଅପରାହ୍ନରେ ହରିନଗର ପୋଲିସ ଷ୍ଟେସନକୁ ଦେନ୍ଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଆହତ ବ୍ୟକ୍ତିଙ୍କ ଆଡମିଶନ ସମ୍ପର୍କରେ ସୂଚନା ଦିଆଯାଥିଲା ।
ସ୍ଥାନୀୟ ପୋଲିସ ଟିମ ଡାକ୍ତର ଖାନାରେ ପହଞ୍ଚି ଏ ସମ୍ପର୍କରେ ସୂଚନା ନେଇଥିଲେ । ତଦନ୍ତରୁ ଜଣାପଡିଛି ଯେ ତିହାର ଜେଲରେ ଜଣେ କଏଦୀ ହିତେଶ ଛଦ୍ମନାମ ହାପିଙ୍କୁ ସାଂଘାତିକ ଆକ୍ରମଣ କରାଯାଇଛି ।