0

ସ୍ପଷ୍ଟ ହେଉଛି ଦିଲ୍ଲୀ ନିର୍ବାଚନ ଫଳାଫଳ । ଆପ ଠାରୁ ବହୁ ଆଗରେ ରହିଛି ବିଜେପି । ବିଜେପି ୪୮ ଆସନରେ ଆଗୁଆ ରହିଥିବା ବେଳେ ଆପ୍ ୨୨ ଆସନ କବଜା କରିଛି । ଫଳରେ ଦିଲ୍ଲ୍‌ୀ ସିଂହାସନ ବିଜେପି କବଜା କରିବା ଏକପ୍ରକାଶ ନିଶ୍ଚିତ ହୋଇଛି ।


ସେପଟେ ହାରିଯାଇଛନ୍ତି ଦିଲ୍ଲୀ ଆପ୍ ମୁଖ୍ୟ । ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ଅରବିନ୍ଦ କେଜରିୱାଲ ପରାଜିତ ହୋଇଛନ୍ତି। ସେହିପରି ଜଙ୍ଗପୁରା ଆସନରୁ ମନୀଷ ସିସୋଦିଆ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ବିଜେପିର ତରବିନ୍ଦର ସିଂହ ଏଠାରୁ ବିଜୟ ହାସଲ କରିଛନ୍ତି।


ତେବେ ଦିଲ୍ଲୀର କାଲକାଜୀ ଆସନରୁ ବିଜେପିର ରମେଶ ବିଧୁରୀଙ୍କୁ ପଛରେ ପକାଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଛନ୍ତି। ଅନ୍ୟପକ୍ଷରେ, କସ୍ତୁରବା ନଗରରୁ ବିଜେପିର ନୀରଜ ବାସୋୟା ବିଜୟୀ ହୋଇଛନ୍ତି।