ଭୁବନେଶ୍ଵର: ଆକାଶରେ ଦେଖାଯିବ କଳା ଜହ୍ନ। ଚଳିତବର୍ଷ ଆକାଶରେ ବିରଳ ଜହ୍ନ ଦେଖିବାକୁ ମିଳିବ । ଏସିଆ , ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ମଙ୍ଗଳବାର ଭାରତରେ ଭୋର୍ ୪ଟାରେ କଳା ଜହ୍ନ ଦୃଶ୍ୟମାନ ହେବ ।
ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ । ନୀଳ ଜହ୍ନ ଭଳି କଳା ଜହ୍ନ ମଧ୍ୟ ଦୁଲର୍ଭ ଘଟଣା ବୋଲି ଜଣାଯାଇଛି ।
କଳା ଜହ୍ନ ସେମିତିରେ ଦେଖାଯିବନି । କିନ୍ତୁ ରାତିରେ ଏହାର ପ୍ରଭାବ ରହିଥାଏ । କଳା ଅନ୍ଧାର ରାତିରେ ଜହ୍ନର କିଛି ଅଂଶ ଦେଖାଯିବ । ଆଗାମୀ କଳା ଜହ୍ନ ୨୩ ଅଗଷ୍ଟ ୨୦୨୫ରେ ଦେଖାଯିବ । ଏହାପରେ ୩୧ ଅଗଷ୍ଟ ୨୦୨୭ରେ ଦେଖା ହେବ ।