(ରିପୋର୍ଟସ ଟୁଡ଼େ) ଆବଶ୍ୟକ ସାମଗ୍ରୀ- କାବୁଲି ଚଣା, କ୍ୟାପ୍ସିକମ୍, ପିଆଜ, କର୍ଣ୍ଣଫ୍ଲୋର୍, ମଇଦା, ଅଦା ପେଷ୍ଟ୍, ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍, ଶୋୟା ସସ୍, ଟମାଟୋ ସସ୍, ଆବଶ୍ୟକ ଅନୁଯାୟୀ ତେଲ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କାବୁଲି ୫-୬ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ସିଝାଇ ଦିଅନ୍ତୁ। କାବୁଲି ସିଝିଗଲା ପରେ ସେଥିରେ ଅଦା, ରସୁଣ, ଲଙ୍କା ପେଷ୍ଟ ସହ ମଇଦା ଓ କର୍ଣ୍ଣଫ୍ଲୋର ମିଶାଇ ଭଲଭାବରେ ମିକ୍ସ କରିଦିଅନ୍ତୁ। ତାପରେ ଏହାକୁ ଗୋଟିଏ କଡ଼େଇରେ ତେଲ ଗରମ କରି ସିଝା ଚଣା ସବୁକୁ ସୁନେଲି ରଙ୍ଗ ହେବାଯାଏ ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ୨ଚାମଚ ତେଲ ପକାଇ କଟା ପିଆଜ ଓ କ୍ୟାପ୍ସିକମ୍କୁ ଭାଜନ୍ତୁ। ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ଓ ତା’ଉପରେ ୧ ଚାମଚ ଟମାଟୋ ସସ୍ ଓ ଶୋୟା ସସ୍ ପକାଇ ୧ମିନିଟ୍ ଭାଜି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲି କାବୁଲି ଚଣା।