ନୂଆଦିଲ୍ଲୀ: ବଢ଼ିଲା କମର୍ସିଆଲ ଗ୍ୟାସ ଦର ।୩୯ ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍ । ଅଗଷ୍ଟ ମାସ ପରେ ପୁଣି ଥରେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଆଜିଠୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ ତୈଳ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହି ବର୍ଦ୍ଧିତ ଦର ସକାଳ ୬ଟାରୁ ଲାଗୁ ହୋଇଛି । କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିବା ପରେ ରାଜଧାନୀ ଦିଲ୍ଲୀରେ ନୂଆ ଦର ୧୬ଶହ ୯୧ ଟଙ୍କା ୫୦ ପଇସା ହୋଇଛି । ମୁମ୍ବାଇରେ କମର୍ସିଆଲ ଗ୍ୟାସ ଦର ହୋଇଛି ୧୬୪୪ ଟଙ୍କା । ପୂର୍ବରୁ ମେ୧ରେ ୧୯ଟଙ୍କା, ଜୁନ୍ ୧ରେ ୬୯ ଟଙ୍କା ଓ ଜୁଲାଇରେ ୩୦ ଟଙ୍କା କମିଥିଲା ୧୯ କେଜି ସିଲିଣ୍ଡର ଦର ।