ଏକ କାଳୀନ ନିର୍ବାଚନକୁ ବିଜେଡି, କଂଗ୍ରେସର ସ୍ୱାଗତ

0

(ଆଦର୍ଶ ରାଉତ) ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମସ୍ତ ରାଜ୍ୟର ରାଜନୈତିକ ଦଳର ସଭାପତିଙ୍କୁ ସାରା ଦେଶରେ ନିର୍ବାଚନକୁ ଏକ କାଳୀନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ଏକ ବୈଠକ ପାଇଁ ସମସ୍ତଙ୍କୁ ଦିଲ୍ଲୀ ଡକାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏକ କାଳୀନ ନିର୍ବାଚନକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି । ଏକା ସାଙ୍ଗରେ ନିର୍ବାଚନ ହେଲେ କମ୍ ଖର୍ଚ୍ଚ ହେବା ସହ ଦେଶ ତଥା ରାଜ୍ୟର ଉନ୍ନତିମୂଳକ କାମ ହୋଇପାରିବ ବୋଲି ଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସ୍ତାବକୁ ବ୍ୟକ୍ତିଗତ ଭାବେ ବିରୋଧ କରୁଥିବାରୁ କଂଗ୍ରେସ ତରଫରୁ କୌଣସି ମନ୍ତବ୍ୟ ପ୍ରକାଶ ପାଇ ନାହିଁ । ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହା ଏକ ସଠିକ ପ୍ରସ୍ତାବ । ମୁଁ ଏହାକୁ ବ୍ୟକ୍ତିଗତ ଭାବେ ସମର୍ଥନ କରେ । ଯଦି ହେବ ରାହୁଲଙ୍କୁ ମନେଇବେ ବୋଲି ରାଉତ କହିଛନ୍ତି ।