ଆନନ୍ଦପୁର : ଘଷିପୁରା ଥାନା ଦରଖଳା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗ୍ରାମ୍ୟ ଉନ୍ନୟନ ମାନ ନିର୍ଦ୍ଧାରଣ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ର ଦରଖଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାଗୁଡିକର ତଦାରଖ କରିବାକୁ ସେ ଆସିଥିଲେ । ଘଷିପୁରା ଥାନା ଦରଖଳା ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ କାରଟି ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁହାର ଚନ୍ଦ ପନୱାରଙ୍କର ମୃତ୍ୟୁ ହୋଇଛି। ସେ ପୂର୍ବରୁ ପୂର୍ତ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାବେ ରାଜସ୍ଥାନରେ କାର୍ୟ୍ୟରତ ଥିଲେ ।