ଭୁବନେଶ୍ୱର: ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ଜର୍ମାନୀ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ରେ ୭ ବର୍ଷ ସଜ୍ଜା ପାଇଥିବା ଅଭିଯୁକ୍ତ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । ବିତ୍ତିହୋତ୍ର ହେଉଛନ୍ତି ବରିଷ୍ଠ ଆଇପିଏସ ବିଦ୍ୟା ଭୂଷଣ ମହାନ୍ତିଙ୍କ ପୁଅ । ସେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ବେଳେ କ୍ୟାନ୍ସର ରେ ତାଙ୍କର ମୃତ୍ୟୁ ଘଟିଛି। ଏପ୍ରିଲ ୧୨ , ୨୦୦୬ରେ ରାଜସ୍ଥାନ ର ଅଲୱାର ରେ ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିଲେ ବିତ୍ତିହୋତ୍ର । ମା’ ଙ୍କ ଅସୁସ୍ଥତା ନେଇ ପାରୋଲ ରେ ଆସିଥିବା ବେଳେ ଫେରାର ହୋଇଯାଇଥିଲେ ଏହି ଅଭିଯୁକ୍ତ। ପରେ ପୁଣି ୨୦୧୪ ଅକ୍ଟୋବର ୧୬ ରେ ସେ ଗିରଫ ହୋଇଥିଲେ । କ୍ୟାନ୍ସର ରେ ଗତ କିଛିଦିନ ଧରି ସେ ପୀଡିତ ଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତାଙ୍କର ମୃତଦେହ ଏମ୍ସ ଭୁବନେଶ୍ୱର ରେ ବ୍ୟବଚ୍ଛେଦ କରାଯାଇଛି ।