କୁକୁର ଚୋରି: ଖୋଜିଆଣିଲେ ମାଲିକଙ୍କ ପୁରସ୍କାର ରାଶି ଘୋଷଣା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସାଧାରଣତଃ ନିଜର ମନର ମଣିଷ କି ପରିବାର ସଦସ୍ୟ ହଜିଲେ ଆମେ ବ୍ୟସ୍ତ ବିବ୍ରତ ହୋଇପଡ଼ୁ । ଏପରିକି ନିଜେ ଖୋଜିବାକୁ ଚେଷ୍ଟା କରି ବିଫଳ ହେଲେ ପୋଲିସର ସାହାର୍ଯ୍ୟ ଲୋଡ଼ିଥାଉ । ଏପରିକି ପୋଲିସକୁ ଅପରାଧୀ ଧରାଇବାରେ ସହଯୋଗ କରିବା କ୍ଷେତ୍ରରେ ପୋଲିସ ମଧ୍ୟ ପୁରସ୍କାର ଦେଇଥାଏ । କିନ୍ତୁ ପଶୁପକ୍ଷୀ କ୍ଷେତ୍ରରେ ଏପରି ଘଟଣା ଘଟିବା ଆଶ୍ଚର୍ଯ୍ୟ କଥା । କୁକୁର ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମାଲିକ । କେବଳ ସେତିକି ନୁହେଁ ତାଙ୍କର ପୋଷା କୁକୁର ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି । ଏପରି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଘଟଣା ଘଟିଛି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ।
୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍‌ ଏନ୍‌. ସ୍ଥାନୀୟ ହନ୍ତମନ୍ତନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କୁକୁରକୁ ଖୋଜି ଆଣିବା ପାଇଁ ମାଲିକ ଏକ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। କୁକୁରଟି ଆଲାସ୍କାନ୍‌ ମାଲାମ୍ୟୁଟ୍‌ ପ୍ରଜାତିର ବୋଲି ମାଲିକ କହିଛନ୍ତି। ପୋଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।