ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ଅଗ୍ନିଶମ ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡା ସହ ଭତ୍ତା ବୃଦ୍ଧି କରାଯାଇଛି।
ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବୃଦ୍ଧି କରାଯାଇଥିବା ବେଳେ ମୋଟର ସାଇକେଲ୍ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମୋବିଲିଟି ଭତ୍ତା ୧୫୦ରୁ ୩ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି ଦ୍ୱାରା ପ୍ରାୟ ୬ ହଜାର ୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।