ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ‘ବିପର୍ଯ୍ୟୟ’, ଗୁଜୁରାଟର ୮ ରାଜ୍ୟରେ ହାଇ ଆଲର୍ଟ

0

ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ବିପର୍ଯ୍ୟୟ । ହାଇ ଆଲର୍ଟରେ ଗୁଜୁରାଟର ୮ ରାଜ୍ୟ । ସାଇକ୍ଲୋନ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ଆସନ୍ତାକାଲି ଗୁଜୁରାଟର ସୌରାଷ୍ଟ ଓ କଚ୍ଛ ଉପକୂଳ ରେ ମାଡ ହେବା ସହ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ସହ ଝଡବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ବାତ୍ୟା ପୋରବନ୍ଦରର ଦକ୍ଷିଣ ପଶ୍ଚିମର ୩୫୦ କିଲୋମିଟର ଦୂରରେ ରହିଛି । ଆରବ ସାଗର ଉପକୂଳବର୍ତ୍ତୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, କର୍ଣ୍ଣାଟକରେ ବାତ୍ୟା ପ୍ରଭବ ପଡିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।। ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଲଗାଣ ବର୍ଷା ଜାରି ରହିଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ଆରମ୍ଭ ହୋଇଗଲାଣି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ ବାତ୍ୟା। ଅତି ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ଆଜି ପାଇଁ ଅରେଞ୍ଜ ଆଲର୍ଟ ଓ ଆସନ୍ତାକାଲି ପାଇଁ ରେ଼ଡ ଆଲର୍ଟ ଜାରି କରାଯାଇଛି ।