ପାରିଜାତ ମାଲପୁଆ

0

(ରିପୋର୍ଟସ ଟୁଡ଼େ) ଆପଣ ମାନେ ଘରେ ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାରର ମିଠା ପସ୍ତୁତ କରିଥାନ୍ତି ।କିନ୍ତୁ ଆଜି ଆସନ୍ତୁ ପ୍ରସ୍ତୁତ କରିବା ଓଡ଼ିଆ ମିଠା ପାରିଜାତ ମାଲପୁଆ ।
ଆବଶ୍ୟକ ସାମଗ୍ରୀ – ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ -ପ୍ରଥମେ ଗୋଟେ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ତା’ପରେ ସେଥିରେ ଅଟା ଓ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ। ତାୱାରେ ତେଲ ଗରମ କରି ଅଟା କଦଳୀ ଚକଟାକୁ ଗୋଲଗୋଲ ପିଠା ଆକାର କରି ସେକନ୍ତୁ। ଏହାପରେ ଗୁଡ଼କୁ ପାଗ କରି ତିଆରି ହୋଇଥିବା ପିଠାକୁ ସେଥିରେ ପକେଇ ଦିଅନ୍ତୁ। ୨ରୁ ୩ ମିନିଟ୍ ଗୁଡ଼ ପାଗରେ ବୁଡାଇ ରଖିବା ପରେ ପ୍ରସ୍ତୁତ ହୋଇଯିବ ପାରିଜାତ। ଖାଆନ୍ତୁ ଆଉ ଖୁଆନ୍ତୁ ଏହି ପାରମ୍ପରିକ ଓଡ଼ିଆ ମିଠା।