ଭୁବନେଶ୍ୱର: ରାଜଧାନୀ ରୁ ଗିରଫ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା ଓ ଅନିଲ ମହାନ୍ତି ଙ୍କୁ ଜେରା କରିବ ଆୟକର ବିଭାଗ । ଆସନ୍ତାକାଲି ଝାରପଡା ଜେଲ ରେ ଉଭୟ ଙ୍କୁ ଜେରା କରିବ ଆୟକର ବିଭାଗ । ଏନେଇ ତଦନ୍ତକାରୀ ଟିମ କୁ ୬ଘଣ୍ଟା ପଚରାଉଚରା ପାଇଁ ମିଳିଲା ଅନୁମତି ।
ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଆୟକର ବିଭାଗର ଟିମ୍ ପର୍ଯ୍ୟାୟ କ୍ରମେ ଏହି ଠକ ଯୋଡ଼ିଙ୍କୁ ଜେରା କରିବେ । ଏନେଇ କୋର୍ଟରୁ ଅନୁମତି ମିଳିବା ପରେ ଆୟକର ବିଭାଗର ଅଧିକାରୀମାନେ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ଅଲଗା ଅଲଗା, ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି ।
କଳାଧନ, ବେନାମୀ ସମ୍ପତ୍ତି, ସିଏସ୍ଆର୍ ଫଣ୍ଡ କେଳେଙ୍କାରୀ ଓ ହାଇପ୍ରୋଫାଇଲ୍ ରାଜନେତାଙ୍କ ଲିଙ୍କ୍ ବାବଦରେ ଆୟକର ଅଧିକାରୀମାନେ ପଉରାଉଚରା କରିବେ । ଏଥିନିମନ୍ତେ ଆୟକର ବିଭାଗ ପକ୍ଷରୁ ୧୦ରୁ ୧୨ଜଣିଆ ଟିମ ପ୍ରସ୍ତୁତ କରାଯାଇଛି ।