ଆତଙ୍କବାଦ ବିରୋଧରେ ଭାରତ, ବାହରିନର ଆହ୍ୱାନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତ ଏବଂ ବାହରିନ୍‌ ମିଳିତ ଭାବେ ଅନ୍ତର୍ଜାତୀୟ ରାଷ୍ଟ୍ର ସମୁଦାୟଙ୍କୁ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ସୁରକ୍ଷା, ଆତଙ୍କବାଦ ବିରୋଧୀ ଏବଂ ସୂଚନା ଓ ଗୁଇନ୍ଦା ଆଦି କ୍ଷେତ୍ରରେ ସହଯୋଗ ପାଇଁ ଏକ ମିଳିତ ବିବୃତିରେ ଆହ୍ୱାନ ଦିଆଯାଇଛି ।
ରବିବାର ମୋଦି ବାହରିନ୍‌ କିଙ୍ଗ ହମାଦ୍‌ ବିନ୍‌ ଇସା ଆଲ ଖଲିଫା ଏବଂ ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ୍‌ ଅଲ ଖଲିଫାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ। ବିବୃତିରେ ପାକିସ୍ତାନର ନାଁ ନ ନେଇ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରମାନଙ୍କୁ ଏପରି ନ କରିବାକୁ କୁହାଯାଇଛି। ସବୁ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ବିରୋଧରେ ଆତଙ୍କବାଦକୁ ବ୍ୟବହାର କରିବା ବନ୍ଦ କରିବାକୁ ଉଭୟ ଦେଶ ଆହ୍ୱାନ ଦେଇଛନ୍ତି । ଏଥିସହ ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କୁ ସହଯୋଗ କରିବା, ଆର୍ଥିକ ସହାୟତା ବନ୍ଦ କରିବାକୁ ବିବୃତ୍ତିରେ କୁହାଯାଇଛି ।