ବିଶ୍ୱର ସବୁଠାରରୁ ବଡ ଗଞ୍ଜେଇ ବଜାର ହେବ ମେକ୍ସିକୋ

0

ନୂଆଦିଲ୍ଲୀ: ଗଞ୍ଜେଇକୁ ମିଳିଲା ଆଇନତଃ ସ୍ୱୀକୃତି । ଗଞ୍ଜେଇ ସେବନକୁ ବେଆଇନ ତାଲିକାରୁ ବାଦ ଦିଆଯାଇଛି । ଗଞ୍ଜେଇକୁ ସାମାଜିକ ସ୍ୱୀକୃତି ପ୍ରଦାନ କରିଛନ୍ତି ମେକ୍ସିକୋ ହାଇ କୋର୍ଟ । ଦେଶରେ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ସୋମବାର ମେକ୍ସିକୋ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାକୁ ସୀମିତ ସଂଖ୍ୟାରେ ଚାଷ କରିବାକୁ କୁହାଯାଇଛି । ୧୧ଜଣିଆ ବେଞ୍ଚ୍ ଗଞ୍ଜେଇ ସେବନକୁ ଅପରାଧ ତାଲିକାରୁ ବାଦ ଦେଇଛନ୍ତି ।
ମେକ୍ସିକୋ ସରକାର ଗଞ୍ଜେଇ ଚାଷ ଓ ସେବନ ଉପରେ ସରକାର କୌଣସି ସ୍ୱତନ୍ତ୍ର ଆଇନ ଆଣିବାରେ ବିଫଳ ହୋଇଥିଲେ । ଏହାପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଶ୍ୱର ସବୁଠାରୁ ବଡ ଗଞ୍ଜେଇ ବଜାର ହୋଇପାରିବ ମେକ୍ସିକୋ ।