ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମୋତ୍ସବ । ଏହି ଅବସରରେ ମା’ ବିରଜାଙ୍କ ସ୍ୱନକ୍ଷତ୍ର ଦିବସ ଖୁବ ଧୁମଧାମରେ ପାଳିତ ହୋଇଯାଇଛି । ଏହାସହ ରୀତିନୀତି ଅନୁଯାୟୀ ମାଙ୍କର ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ସାବିତ୍ରୀ ବେଣରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା’ ବିରଜା । ପରମ୍ପରା ଅନୁସାରେ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତ କିପରି ଶୃଙ୍ଖଳିତ ଦର୍ଶନ କରିବେ । ସେଥିପାଥଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବ୍ରହ୍ମମୂହୂର୍ତ୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବିଙ୍କୁ ସ୍ୱନକ୍ଷତ୍ର ବିହତ ମହାସ୍ନାନ କରାଯାଇଛି । ଏହା ପରେ ସିଂହାସନ ଉପରେ ଷୋଡଶ ଉପଚାର ପୂଜାବିଧି କରାଯାଇଛି । ତେବେ ଆଜିର ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଆସି ମା’ଙ୍କୁ ଦର୍ଶନ କରିଥାନ୍ତି । ଯାହାକୁ ଶୃଙ୍ଖଳିତ କରିବାକୁ ମନ୍ଦିର ଏବଂ ସ୍ଥାନୀୟ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରାଯାଇଛି ।