ପ୍ୟାରିସ ଅଲମ୍ପିକ୍ସରେ ଚଳିତ ଥର ଭାରତୀୟ ଆଥଲେଟ ନିରଜ ଚୋପଡା ସିଲଭର ଜିତିବା ପରେ ତାଙ୍କ ମା ନିରଜଙ୍କ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି । ନିରଜଙ୍କ ମା ସରୋଜ ଦେବୀ କହିଛନ୍ତି କି, ସେ ଚାହୁଁଛନ୍ତି ନିରଜ ଶୀଘ୍ର ବିବାହ କରନ୍ତୁ, କିନ୍ତୁ ନିରଜ ଏବେ ରାଜି ନାହାନ୍ତି ବିବାହ କରିବାକୁ । ଏବେ ସେ ଦେଶ ପାଇଁ କାମ କରିବାକୁ ଚାହୁଁଛନ୍ତି । ତେବେ ନିରଜଙ୍କ ମା କହିଛନ୍ତି କି, ନିରଜ ନିଜ ପସନ୍ଦର ଝିଅ ସହ ବିବାହ କରିବେ । ଯଦି କୌଣସି ଝିଅଙ୍କୁ ନିରଜ ପସନ୍ଦ କରନ୍ତି, ତେବେ ମାଆଙ୍କର ଏଥିରେ କୌଣସି ଆପତ୍ତି ରହିବ ନାହିଁ, ଏପରି ଅନୁମାନ କରାଯାଉଛି ତାଙ୍କ ବୟାନକୁ ନେଇ ।
ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ନିରଜ ପାକିସ୍ତାନର ଅରଶଦ ନଦୀମଙ୍କଠାରୁ ପରାସ୍ତ ହୋଇଛନ୍ତି । ଅରଶଦ ୯୨.୯୭ ମିଟର ଜାଭଲିନ ପକାଇ ଗୋଲ୍ଡ ମେଡାଲ ନିଜ ନାମରେ କରି ଦେଇଛନ୍ତି । ଯେତେବେଳେ କି ନିରଜ ୮୯.୪୫ ମିଟର ଦୂରତା ଅତିକ୍ରମ କରିପାରିଛନ୍ତି । ଏଥିରେ ନିରଜ ସିଲଭର ପଦକ ହାତେଇ ନେଇଛନ୍ତି । ତେବେ ଗୋଲଡେନ ବୟ ଭାବେ ପରିଚିନ ଚଳିତ ଥର ମଧ୍ୟ ଗୋଲ୍ଡ ପଦକ ହାତେଇବେ ବୋଲି ଦେଶବାସୀ ଆଶା ରଖିଥିଲେ । କିନ୍ତୁ ଏହା ସମ୍ଭବ ନ ହେବାରୁ ଦେଶର ୧୫୦ କୋଟି ଜନତା ନିରୁତ୍ସାହିତ ହୋଇଛନ୍ତି । ହେଲେ ଅଲମ୍ପିକ ପୂର୍ବରୁ ନିରଜ ଅସୁସ୍ଥ ଥିବା କାରଣରୁ ସେ ସ୍ୱର୍ଣ୍ଣ ପଦକରୁ ସାମାନ୍ୟ ବିଫଳ ହୋଇଥିବା କୁହାଯାଉଛି ।