ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ସେବେଠାରୁ ହତାଶ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି, ପଡ଼ୋଶୀ ଦେଶ ସହିତ ସୀମା ସେୟାର କରୁଥିବା ପଞ୍ଜାବ ଏବଂ ରାଜସ୍ଥାନ ଆଞ୍ଚଳକୁ ସରକାର ସତର୍କ ରହିବ ପାଇଁ ସୂଚନା ଦେଇଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଓ ନିୟନ୍ତ୍ରଣ ରେଖ ୧୬ ଭାରତୀୟଙ୍କ ମୃତ୍ୟୁ ଘଟଣା ପରେ ପଞ୍ଜାବର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ଲାକଆଉଟ ଆଲର୍ଟ ଜାରି କରାଯାଇଛି । ଗୁରଦାସପୁର, ଅମୃତସର, ପଠାନକୋଟ, ଫେରୋଜପୁର ଓ ତରନ ତରନ ଆଦି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସ୍ଥାୟୀ ବ୍ଲାକଆଉଟ ଘୋଷଣା କରାଯାଇଛି, ଯାହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ । ଏହି ପଦକ୍ଷେପ ପାକିସ୍ତାନ ସୈନ୍ୟର ସମ୍ଭାବ୍ୟ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ନିଆଯାଇଛି ।
ପୂରା ରାତିରେ ଅନ୍ଧାରରେ ରହିବ ଜିଲ୍ଳା । କାରଣ ଗୁର୍ଦାସପୁର ପାକିସ୍ତାନ ସୀମା ସହିତ ସଂଲଗ୍ନ । ଭାରତ-ପାକ୍ ସୀମାରେ ସମ୍ବେଦନଶୀଳ ବାତାବରଣ ଯୋଗୁଁ ଭାରତ ସରକାର ଏବଂ ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନାଗରିକ ପ୍ରତିରକ୍ଷା ଆଇନ ୧୯୬୮ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଗୁର୍ଦାସପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ଗୁର୍ଦାସପୁର କେନ୍ଦ୍ରୀୟ ଜେଲ ଏବଂ ହସ୍ପିଟାଲ ପାଇଁ ଲାଗୁ ହେବ ନାହିଁ ।