ଭୁବନେଶ୍ୱର: ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ | ତାପରେ ଆରମ୍ଭ ହେବ ଗଣତି ମଣତି | ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା | ଏଏସଆଇ 3 ମାସ ସମୟ ମାଗିଥିଲା | କିନ୍ତୁ ତାର ଯଥେଷ୍ଟ ପୂର୍ବରୁ ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି | ଏବେ ମକର ପାଇଁ ନୀତି କାନ୍ତି ପ୍ରଭାବିତ ନହେବା ପାଇଁ ମରାମତି ବନ୍ଦ ରହିଛି | 17 ତାରିଖରୁ ପୁଣି ଆରମ୍ଭ ହୋଇଯିବ | ଆଶା କରୁଛୁ ମାର୍ଚ୍ଚ ପୂର୍ବରୁ ମରାମତି କାମ ସରିବା ପରେ ବାହାରେ ଥିବା ରତ୍ନକୁ ଭିତରକୁ ନେଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ |