(ରିପୋଟର୍ସ ଟୁଡ଼େ / ଭୁବନେଶ୍ୱର): ଅଭିଷେକ ବର୍ମନ୍ଙ୍କ ନୂଆ ଫିଲ୍ମ ‘କଲଙ୍କ୍’ ପରେ ବଲିଉଡର ହାର୍ଟଥ୍ରୋବ୍ ବରୁଣ ଧଓ୍ଵନ୍ ଏକ ରିମେକ୍ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏହି ଫିଲ୍ମଟି ହେଲା ବରୁଣଙ୍କ ପିତା ତଥା ଲୋକପ୍ରିୟ ନିର୍ଦ୍ଦେଶକ ଡେଭିଡ ଧଓ୍ଵନଙ୍କ ନିର୍ଦ୍ଦେଶିତ ସୁପରହିଟ୍ କମେଡି ‘କୁଲି ନମ୍ବର ଓ୍ଵାନ୍’।ଏହି ଫିଲ୍ମରେ ଗୋବିନ୍ଦା ଓ କରିସ୍ମା କପୁର ଲିଡ ରୋଲରେ ଥିଲେ। ଏହାର ରିମେକ୍ରେ ଗୋବିନ୍ଦାଙ୍କ ଅଭିନୀତ ଚରିତ୍ରଟି ନିଭାଇବେ ବରୁଣ ଧଓ୍ଵନ୍। ତେବେ ଏଥିରେ ତାଙ୍କ ବିପକ୍ଷରେ କିଏ ନାୟିକା ହେବେ,ତାହା ଅବଶ୍ୟ ଜଣାଯାଇନାହିଁ।ଏ ସଂପର୍କରେ ବରୁଣ ଧଓ୍ଵନ୍ ବି ସ୍ପଷ୍ଟଭାବେ କିଛି କହିନାହାନ୍ତି। ବଲିଉଡରେ ଚର୍ଚ୍ଚା ହେଉଛି ଯେ ‘କୁଲି ନମ୍ବର ଓ୍ଵାନ୍’ର ରିମେକ୍ରେ ଆଲିଆ ଭଟ୍ଟ ବା ସାରା ଅଲ୍ଲୀ ଖାନ୍ଙ୍କ ମଧ୍ୟରୁ ଜଣଙ୍କୁ ନିଆଯିବ। ତେବେ ଏନେଇ ବରୁଣ କହିଲେକି ଆଲିଆ ଭଟ୍ଟଙ୍କ ସହିତ ବେଶ୍ କେତୋଟି ସିନେମାରେ କାମ କରିସାରିଲେଣି। ଏଣୁ ଅନ୍ୟ ନାୟିକାଙ୍କ ସହ କାମ କରିବାର ଇଛା ବୋଲି କହିଛନ୍ତି ବରୁଣ । ତେବେ ସାରା ଅଲ୍ଲୀ ଖାନଙ୍କ ବିପକ୍ଷରେ ସେ କାମ କରିବାକୁ ଚାହାଁନ୍ତି ବୋଲି ପରୋକ୍ଷରେ ମତ ଦେଇଛନ୍ତି।