ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ସୁର ରାଉତତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ

0

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେଲେ  ମନ୍ମଥ ରାଉତରାୟ । ସୁର ରାଉତତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଦ୍ୱିତୀୟ ଥର  ବିବାହ କରିଛନ୍ତି ।  ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ବାଛିଛନ୍ତି । ମନ୍ମଥଙ୍କ ପତ୍ନୀଙ୍କ ନାଁ ହେଉଛି ରୋଜାଲିନ୍‌ ପଟ୍ଟନାୟକ । ସେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି । ଉଭୟ ପ୍ରେମ ବିବାହ କରିଛନ୍ତି ।

 

ତେବେ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍‌ ଆଡମ୍ବରପୂର୍ଣ୍ଣ ଭାବେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ସୋମବାର ସନ୍ଧ୍ୟାରେ ରିସର୍ଟର ଅଳ୍ପ ଦୂରରୁ ବର ବେଶରେ ବାହାରିଥିଲେ ମନ୍ମଥ । ସାଙ୍ଗରେ ଅଳ୍ପ କିଛି ବରଯାତ୍ରୀ ଥିଲେ । ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବରଯାତ୍ରୀ ଭାବେ ଯାଇଥିଲେ । ବିଜେଡି କିମ୍ବା କଂଗ୍ରେସ ଦଳରୁ ଅନ୍ୟ କେହି ନେତା ବିବାହରେ ସାମିଲ୍‌ ହୋଇନଥିଲେ ।

କିନ୍ତୁ ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ଦି ପ୍ରହରେ ସମୟରେ ବାପା ସୁରେଶ ରାଉତରାୟ କିଛି ସମୟ ପାଇଁ ଉପସ୍ଥିତ ଥିଲେ । ବିବାହ ସମୟରେ ଉପସ୍ଥିତ ଥିଲେ ମନ୍ମଥଙ୍କ ମା ମାଳତୀ ରାଉତରାୟ । ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ ।   ବିଳମ୍ବିତ ରାତିରେ ଚନ୍ଦକା ରିସର୍ଟରେ ବୈଦିକ ରୀତିନୀତିରେ ତାଙ୍କର ବାହାଘର ସମ୍ପନ୍ନ ହୋଇଥିବା ସୂଚନା ମିଳିଛି ।