ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ; ରୋହିତ ପୂଜାରୀ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି । ଏଥିରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଉଚ୍ଚଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ରୋହିତ । ଯୁବ ଚେହେରା ଭାବେ ନବୀନଙ୍କ ନୂଆ ଟିମରେ ତାଙ୍କୁ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି । ପୂର୍ବରୁ ପଞ୍ଚମପାଳିରେ ସେ ବିଧାନସଭାରେ ଦଳର ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱନିର୍ବାହ କରିଥିଲେ । ଦଳ ପାଇଁ ସାଙ୍ଗଠନିକସ୍ତରରେ ଭଲ କାମ କରିବା ସହ ଦଳ ପ୍ରତି ଆନୁଗତ୍ୟ ପାଇଁ ତାଙ୍କୁ ଏହି ପୁରଷ୍କାର ମିଳିଛି । ଇଞ୍ଜିନିୟର ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଆଶା କେବେ ନଥିଲା । ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଏବେ ଗୁରୁଦାୟିତ୍ବ ଦେଇଛନ୍ତି । ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ତାକୁ ଆଗକୁ ନେବାକୁ ଚେଷ୍ଟା କରିବି । ସରକାରଙ୍କ ୫ଞ ଓ ଅନ୍ୟ ଯୋଜନାକୁ ଲୋକଙ୍କ ପାଖକୁ ନେଇ କି ଯିବି ।