ରାଜଧାନୀର ଓୟୋ ହୋଟେଲରୁ ମିଳିଲା ସମାଜସେବୀଙ୍କ ମୃତଦେହ

0

ଭୁବନେଶ୍ୱର ; ଓୟୋ ମିଳିଲା ଦେବୀଦତ୍ତ ମହାପାତ୍ରଙ୍କ ମୃତଦେହ । ସେ ଥିଲେ ଜଣେ ସମାଜସେବୀ । ଲୋକଙ୍କ ଦୁଃଖସୁଖର ସାଥୀ ହେଉଥିଲେ । କିନ୍ତୁ ତାଙ୍କର ମୃତ୍ୟୁକୁ ନେଇ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଗର୍ବ ତଥା ବନ୍ଧୁଜନ । ତେବେ ରାଜଧାନୀର ଏକ ଓୟୋ ହୋଟେଲରୁ ମୃତଦେହକୁ ପୋଲିସ ଉଦ୍ଧାର କରିବା ପରେ ତନଘନା ଆରମ୍ଭ କରିଛି  । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇପାରି ନାହିଁ । ସେପଟେ ଗତ ୧୬ ତାରିଖରେ ୩ ଦିନ ପାଇଁ ଅନଲାଇନ୍ ବୁକିଂ କରିଥିଲେ ଦେବୀଦତ୍ତ । ଶନିବାର ଦିନ ୧୨ ଟାରେ ଚେକଆଉଟ୍ କରିବାର ଥିଲା , ହୋଟେଲ ତରଫରୁ ବାରମ୍ବାର କଲ ଓ କଲିଂବେଲ ଦିଆଯାଇଥିଲେ ବି କବାଟ ଖୋଲିଥିଲେ ଦେବୀଦତ୍ତ । ପରେ କେୟାରଟେକର ହୋଟେଲ ମାଲିକଙ୍କୁ ଏନେଇ ଖବର ଦେଇଥିଲେ । ହୋଟେଲ ମାଲିକ ଏନେଇ ପୋଲିସକୁ ଘଟଣା ସମ୍ପର୍କରେ ଜଣେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ମୃତଦେହ ଜବତ କରିଛି । କାମାକ୍ଷାନଗରରେ ଷ୍ଟୁଡିଓ ଚଳାଉଥିବା ଦେବୀଦତ୍ତ କାହିଁକି ଆତ୍ମହତ୍ୟା କଲେ ତାହା ବଡ ପ୍ରଶ୍ନ । ବିବାହକୁ ମାତ୍ର ୭ ମାସ ବିତିଥିବା ବେଳେ ଘରେ ଭିଡିଓ ଏଡିଟ କରିବାକୁ ଯାଉଛି କହି ଭୁବନେଶ୍ୱର ଆସିଥିଲେ । ମୃତ ଦେବୀଦତ୍ତଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ବ୍ଲକର ଅନେକ କାମ କରୁଥିଲେ ଦେବୀଦତ୍ତ। ଲକ୍ଷାଧିକ ଟଙ୍କା ବକେୟା ପଡ଼ିଥିଲେ ସୁଦ୍ଧା ଟଙ୍କା ମିଳୁନଥିଲା । ଏନେଇ ସେ ବାରମ୍ବାର ବ୍ଲକ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ ଫଳ ମିଳୁନଥିଲା , ଏମିତିକି ଶେଷରେ ତାଙ୍କୁ ବ୍ଲକ ତରଫରୁ କିଏ କିଏ ଫୋନ କରି ଧମକ ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି।