ଭୁବନେଶ୍ୱର: ଆସନ୍ତା କାଲି ଜନତା ମୈଦାନରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହୋଇଛି ଜନତା ମୈଦାନ । ଅପରାହ୍ନ ୪ଟା ୪୫ ରେ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଅପରାହ୍ନ ୨ଟା୧୦ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ । ରାଜଭବନରୁ ବାହାରି ଅପରାହ୍ନ ୪ଟା୪୫ ରେ ଜନତା ମୈଦାନରେ ପହଞ୍ଚିବେ । ପୋଲିସ ପକ୍ଷରୁ ମୋଦିଙ୍କ ଗସ୍ତ ପାଇଁ ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ଆଜି କାରକେଡ ରିହରସାଲ ହେବ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ ।ଏହା ଛଡା ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ଏହା ଛଡା ବହୁ ଭିଭିଆଇପି , ଶିଳ୍ପପତି ଓ ବିଶିଷ୍ଠ ବ୍ୟକ୍ତି ଓଡିଶା ଆସିବେ । ବିମାନ ବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା ବିମାନ ବନ୍ଦର , ରାଜଭବନ ଓ ଜନତା ମୈଦାନରେ ସୁରକ୍ଷା କଡାକଡି । ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମୈଦାନରେ ସୁରକ୍ଷାର ପ୍ରତିଟି ଦିଗ ଉପରେ ଦଜର ରଖିଛି କମିଶନରେଟ ପୋଲିସ । ପ୍ରାୟ ୩୫ ହଜାର ଲୋକ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ।