ନୂଆଦିଲ୍ଲୀ : ଆମେରିକାର ସାମରିକ ବିମାନ C-17 ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଛି । ଏହି ବିମାନ ଯୋଗେ ପ୍ରଥମ ପର୍ଯ୍ୟାୟ ଅବୈଧ ଭାରତୀୟ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି । ବିମାନରେ ୧୦୪ ଜଣ ଭାରତୀୟ ଅଛନ୍ତି । ବିମାନଟି ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି ।
ଏଠାରେ ପୋଲିସ ଏବଂ ପ୍ରଶାସନ ସଜାଗ ରହିଛନ୍ତି । ଭାରତ ଫେରୁଥିବା ୧୦୪ଜଣ ଭାରତୀୟଙ୍କ ମଧ୍ୟରେ ୧୩ଜଣ ପିଲା, ୭୯ ପୁରୁଷ, ୨୫ଜଣ ମହିଳା ରହିଛନ୍ତି । ୩୩ଜଣ ନାଗରିକ କେବଳ ଗୁଜରାଟରୁ ରହିଛନ୍ତି । ଗୁଜୁରାଟ ନାଗରୀକମାନେ ଅମୃତସର ବିମାନବନ୍ଦରରେ ରହିବେ । ସେଠାରୁ ସିଧାସଳଖ ତାଙ୍କୁ ଗୁଜରାଟ ପଠାଇଦିଆଯିବ ।
ମିଳିଥିବା ସୂଚନା ଆଧାରରେ, ଆମେରିକାରୁ ଭାରତ ଆସୁଥିବା ନାଗରିକଙ୍କୁ ମେକ୍ସିକୋ ଓ ଆମେରିକା ବର୍ଡରରୁ ଚିହ୍ନଟ କରାଯାଇଥିଲା । କୁହାଯାଉଛି କି ଏମାନେ ଅବୈଦ୍ଧ ଭାରେ ଆମେରିକାରେ ପ୍ରବେଶ କରିଥିଲେ । ଆମେରିକାରେ ୭.୨୫ହଜାରରୁ ଅଧିକ ଭାରତୀୟ ଅବୈଦ୍ଧ ଭାବେ ରହୁଥିବା ସୂଚନା ରହିଛି ।