୨୧ରୁ ୬୦ବର୍ଷର ମହିଳା ‘ସୁଭଦ୍ରା ଯୋଜନା’ ପାଇଁ କରିପାରିବେ ଆବେଦନ

0

ଭୁବନେଶ୍ୱର: ଆସିଲା ‘ସୁଭଦ୍ରା ଯୋଜନା’ ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଗାଇଡ୍‌ଲାଇନ୍ ଜାରି ହେଲା । ୨୧ବର୍ଷରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା ଯୋଜନା’ ପାଇଁ ଆବେଦନ କରିପାରିବେ । ଆବେଦନକାରୀ ଓଡିଶା ବାସିନ୍ଦା ହୋଇଥିବା ଆବଶ୍ୟକ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ବୋଲି ସୂଚନା ଜାରି ହୋଇଛି ।ତେବେ ଦୁଇ ଦିନ ପୂର୍ବରୁ ସୁଭଦ୍ରା ଯୋଜନା ନେଇ ଏସଓପି ଜାରି କରିଥିଲେ ରାଜ୍ୟ ସରକାରା । ଏହାପରେ ଆଜି ଏହାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ ହିତାଧିକାରୀଙ୍କ ମାନଦଣ୍ଡ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସରକାର ।