ମହିଳା ସମାନତା ଦିବସ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜିର ଆଧୁନିକ ଯୁଗରେ ମଧ୍ୟ ମହିଳା ନିଜର ଅଧଇକାର ପାଇଁ ସଂଘର୍ଷ ଜାରି ରଖିଛି । ସମାଜରେ ନିଜର ସ୍ଥାନ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି । ମହିଳାଙ୍କୁୁ ଆଉ କିଛି ଅଧିକାର ମିଳୁ କି ନ ମିଳୁ କିନ୍ତୁ ମହିଳାଙ୍କୁ ଭୋଟ ଦେବାର ଅଧିକାର ସାମ୍ବିଧାନିକ ସ୍ତରରେ ମିଳି ସାରିଛି । ତେଣୁ କରି ପ୍ରତି ବର୍ଷ ଅଗଷ୍ଟ ୨୬ ତାରିଖରେ ପାଳନ କରାଯାଉଛି ମହିଳା ସମାନତା ଦିବସ । ଯାହାକି ଯୁକ୍ତରାଷ୍ଟ୍ର ଆମେରିକାରୁ ଆରମ୍ଭ ହୋଇଥିଲା । ୧୯୨୦ ମସିହାରେ ଆଜିର ଦିନରେ ମାର୍କିନ ମହିଳାଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା । କିନ୍ତୁ ସ୍ୱିଡ଼େନ ହେଉଛି ପ୍ରଥମ ଇରୋପୀୟ ରାଷ୍ଟ୍ରେ , ଯେଉଁଠି ମହିଳାଙ୍କୁ ପ୍ରଥମେ ଭୋଟ୍ ଦେବା ଅଧିକାର ମିଳିଥିଲା । ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ଇଂଲଣ୍ଡ , ଫ୍ରାନ୍ସ ,ଅଷ୍ଟ୍ରିୟା , ଜର୍ମାନି , ସ୍ପେନ , ରସିଆ , ନେଦରଲାଣ୍ଡ , ସ୍ୱିଜରଲାଣ୍ଡ ଆଦି ଅଧିକାଂଶ ବିକଶିତ ଇଉରୋପୀୟ ରାଷ୍ଟ୍ରରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା । ଯାହାକି ଆଜି ପର୍ଯ୍ୟନ୍ତ ଚାଲୁରହିଛି । ବତର୍ମାନ ନିର୍ବାଚନ ସମୟରେ ମହିଳାଙ୍କ ମତଦାନ ବେଶ ଗୁରୁତ୍ୱବହନ କରୁଛି । ମହିଳା ମାନେ ନିଜର ମତଦାନ ସାବ୍ୟସ୍ତ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁଛନ୍ତି ।