ଜିକା ଆତଙ୍କରେ ସାରା ଦେଶ

0

(ସଂଜୁକ୍ତା): ରାଜସ୍ଥାନରେ ଜିକା ଭାଇରସ୍ ଦ୍ୱାରା ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜଣାପଡୁଛି ଯେ, ଭାଇରସ୍ ଦେଶର ଅନେକ ଅଂଚଳରେ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଏହାକୁ ନେଇ ବିହାର ଓ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଆଲର୍ଟ ଘୋଷଣା କରିଦିଆଯାଇଛି । ଏହି ଭାଇରସ୍ ସାଧାରଣତଃ ଗର୍ଭବତୀ ମହିଳାଙ୍କୁ ସଂକ୍ରମିତ କରେ । ଗତ ୨-୩ ବର୍ଷରେ ଆଫ୍ରିକାରେ ବ୍ୟାପକ ଭାବେ ବ୍ୟାପିବାର ଖବର ଆସିଥିଲା । ଏହା ସାରା ଦୁନିଆରେ ବ୍ୟାପି ସାରିଛି । ୮୬ଟି ଦେଶରେ ଏହା ଥିବାର ନିର୍ଦ୍ଦିଷ୍ଟ ହୋଇଛି । ଭାରତରେ ଗତ ବର୍ଷ ଜାନୁୟାରୀ ଓ ଫେବୃୟାରୀରେ ପ୍ରଥମଥର ଏହା ଅହମଦାବାଦରେ ଥିବାର ଜଣାପଡିଥିଲା ।

ଜିକା ଭାଇରସ୍ କ’ଣ ?
ଜିକା ଭାଇରସ୍ ଫ୍ଲାବିବିରିଡିଏ ଭାଇରସ୍ ଫ୍ୟାମିଲିରୁ । ଏହା ମଶା ଠାରୁ ବ୍ୟାପେ । ଏହା ଦିନରେ ଅଧିକ ସକ୍ରିୟ ରହିଥାଏ । ବିଶେଷ କରି ଗର୍ଭାବସ୍ଥାରେ ମହିଳା ଏହା ଦ୍ୱାରା ଅଧିକ ସଂକ୍ରମିତ ହୋଇପାରେ ।

କ’ଣ ରହିଛି ବିପଦ ?
ଏଥିରେ ପ୍ରଭାବିତ ଶିଶୁ ଜନ୍ମ ସମୟରେ ତାର ଛୋଟ ଓ ଅବିକସିତ ମସ୍ତିଷ୍କ ରହିଥାଏ । ଏହା ଗର୍ଭାବସ୍ଥା ସମୟରେ ଭାଇରସ୍ ସଂକ୍ରମଣ ଦ୍ୱାରା ହୋଇଥାଏ । ଏଥିରେ ନବଜନ୍ମିତ ଶିଶୁର ମୁଣ୍ଡ ଛୋଟ ହୋଇପାରେ । ତାଙ୍କ ବ୍ରେନ୍ ଡ୍ୟାମେଜ ହେବାର ଅଧିକ ଆଶଙ୍କା ଥାଏ । ଏହା ସହିତ ଜନ୍ମ ସମୟରୁ ଅନ୍ଧପଣ, କାଲାପଣ ଓ ଅନ୍ୟ ପ୍ରକାରର ଦୋଷ ହୋଇପାରେ ।

ଏହାର ଲକ୍ଷଣ :
• ଜ୍ୱର
• ଆଣ୍ଠୁ-ଗଣ୍ଠି ବ୍ୟଥା
• ଶରୀରରେ ନାଲି ଚିହ୍ନ
• ଥକାପଣ
• ମୁଣ୍ଡବ୍ୟଥା
• ଆଖି ନାଲି ପଡିବା
ଏହା ଏଡିଜ୍ ପ୍ରଜାତିର ମଶା କାମୁଡିବା ଦ୍ୱାରା ବ୍ୟାପେ । ଏହି ମଶା ଦିନରେ ହିଁ କାଟେ । ବିଶେଷକରି ସକାଳେ, ଦ୍ୱିପହର ପରେ ଓ ସନ୍ଧ୍ୟାରେ ।

ଏହା ଠାରୁ କେମିତି ବଂଚିବେ ?
• ମଶାଙ୍କ କାମୁଡିବାରୁ ବଂଚନ୍ତୁ
• ଶରୀରର ଅଧିକାଂଶ ଭାଗ ଘୋଡେଇ କି ରଖନ୍ତୁ
• ମଶାରୀର ପ୍ରୟୋଗ କରନ୍ତୁ