ଶ୍ରୀଲଙ୍କା ନୌସେନାର ଗୁଳିରେ ପାଞ୍ଚ ଜଣ ଆହତ

0

ଆଜି ସକାଳେ ଡେଲଫ୍ଟ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନାର ଗୁଳିରେ ପାଞ୍ଚ ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ସୂଚନା ଅନୁଶାରେ, ଆଜି 13 ଜଣ ମତ୍ସଜୀବୀ ମାଛ ଧରିବାକୁ ସକାଳେ ଯାଇଥିଲେ ।  ଆଉ ସେମାନଙ୍କୁ ଶ୍ରୀଲଙ୍କାର ନୌସେନା ଧରିବାକୁ ଚେଷ୍ଟା କରିଥିଲା । ଆଉ ଶ୍ରୀଲଙ୍କା ନୌସେନା ଅଧିକାରୀମାନେ ଗୁଳି ଚାଳାଇଥିଲା । ଫଳରେ ସେମାନଙ୍କ ମଧ୍ୟରୁ 5ଜଣଙ୍କ ଦେହରେ ଗୁଳି ବାଜିଥିଲା ଏବଂ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ।