ମହିଳା ପ୍ରାର୍ଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

0

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ୩୩ ପ୍ରତିଶତ ସିଟ ଦେବା ପାଇଁ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତିକୁ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ କାଲି ବିଜେଡ଼ି ପକ୍ଷରୁ ପ୍ରାର୍ଥି ପତ୍ର ତାଲିକା ଘୋଷଣା କରାଯାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ଆସ୍କା ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାଇଁ ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥିୀ କରିଛନ୍ତି । ଏନେଇ ଆଜି ଦଳର ମହିଳା ନେତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।