(ସରୋଜ ରାଉତ / ମୃତ୍ୟୁଞ୍ଜୟ ଭୋଇ): ପୁଣି ବିଜେଡି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଲା ବିଜେପି । ନୂଆପଡା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ ଓ ତାଙ୍କ ସହକର୍ମୀମାନେ ବିଜେଡିରୁ ଟିକେଟ ପାଇବା ପରେ ଏକ ରାଲିରେ ଖୁଲମଖୁଲା ଟଙ୍କା ବାଣ୍ଟୁଥିବାର ଅଭିଯୋଗ କରିଛି ବିଜେପି । ଏନେଇ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।